ମଧ୍ୟପ୍ରଦେଶରେ କଫ୍‌ ସିରପ୍‌ ମୃତ୍ୟୁସଂଖ୍ୟା ୧୯କୁ ବୃଦ୍ଧି

0

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ କଫ୍‌ ସିରପ୍‌ ଜନିତ ମୃତ୍ୟୁସଂଖ୍ୟା ୧୯କୁ ବୃଦ୍ଧି ପାଇଛି। କିଡ୍‌ନି ବିଫଳ ହେବାରୁ ଛିନ୍ଦୱାଡ଼ାରେ ଚିକିତ୍ସାଧୀନ ଥିବା ଆଉ ଦୁଇ ଜଣ ଶିଶୁଙ୍କର ମଙ୍ଗଳବାର ମୃତ୍ୟୁ ହୋଇଥିବା ବେଳେ ବେତୁଲ ଜିଲ୍ଲାରେ ୨ ଜଣ ଓ ପନ୍ଧୁର୍ନା ଜିଲ୍ଲାରେ ଜଣେ ଶିଶୁର ମୃତ୍ୟୁ ହୋଇଛି। କୋଲ୍‌ଡ୍ରିଫ୍‌ କଫ୍‌ ସିରପ୍‌ ପାଇଁ ଏହି ମୃତ୍ୟୁ ହୋଇଛି। ପୂର୍ବରୁ ରାଜ୍ୟ ସରକାର କୋଲ୍‌ଡ୍ରିଫ୍‌ ଖାଇଥିବା ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଥିଲେ। ଅନ୍ୟପକ୍ଷରେ ବିଭିନ୍ନ ହସ୍ପିଟାଲରେ ଏବେ ବି ୫ ଜଣ ଶିଶୁ ଚିକିତ୍ସାଧୀନ ଅଛନ୍ତି ଏବଂ ସମସ୍ତଙ୍କ ଅବସ୍ଥା‌ ସଙ୍କଟାପନ୍ନ ଅଛି ବୋଲି ଏଡିଏମ୍‌ ଧୀରେନ୍ଦ୍ର ସିଂହ କହିଛନ୍ତି। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ କହିଛନ୍ତି ଯେ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିବା ସମସ୍ତ ଶିଶୁଙ୍କର ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.