କଂକ୍ରିଟ ରାସ୍ତା କାମରେ ଦୁର୍ନୀତି ଅଭିଯୋଗ !

ବେଲପଡ଼ା : ରାଜ୍ୟ ସରକାର ଗ୍ରାମମାନଙ୍କରେ ପMାରାସ୍ତା ନିର୍ମାଣ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏହାର ନିରୀକ୍ଷଣ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କ ଦାୟୀତ୍ୱ ପ୍ରଦାନ କରିଛନ୍ତିି । କିନ୍ତୁ ଦାଦନ ପ୍ରବଣ ବେଲପଡ଼ା ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଲୁଛିୁ । ବେଲପଡା ବ୍ଲକ ନୁନହାଡ ଗାଁରେ କଂକ୍ରିଟରାସ୍ତା ଗାଁ ଠାରୁ ୧କିମି ଦୂରରେ ନିର୍ମାଣକରି ଲକ୍ଷାଧିକ ଟଙ୍କା ଚଳୁ କରିଥିବା ଅଭିଯୋଗ ହୋଇଛି ।

କଂକ୍ରିଟ ରାସ୍ତା କାମରେ ଦୁର୍ନୀତି ଅଭିଯୋଗ !

ଏପରିକି କାମର ସୂଚନା ଫଲକ ମଧ୍ୟ ଲଗାଯାଇ ନାହିଁ । ନିମ୍ନ ମାନର ରାସ୍ତାକାମ ହୋଇଥିବା ଦେଖିବାକୁ ମିଲୁଛି ।
ଅନ୍ୟପଟେ ଗାଁରେ ଭଲରାସ୍ତା ନଥିବା ବେଲେ ଗାଁଠାରୁ ୧ କିମି ଦୂରରେ କାହା ସ୍ୱାର୍ଥରେ ରାସ୍ତା ନିର୍ମାଣ କରାଯାଇଛି ବୋଲି ପ୍ରଶ୍ନ କରୁଛନ୍ତି ଗ୍ରାମବାସୀ । ମିଳିିଥିବା ସୂଚନା ଅନୁସାରେ, ନୁନହାଡ ଗାଁ ଠାରୁ ୧କିମି ଦୂରରେ ଖରଖରା ଯିବା ରାସ୍ତାରେ ଏକ କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଛି ।

କଂକ୍ରିଟ ରାସ୍ତା କାମରେ ଦୁର୍ନୀତି ଅଭିଯୋଗ !

ଉକ୍ତ ରାସ୍ତାକୁ ନୁନହାଡ ଗାଁର ଗଣେଷ ମେହେର ଠିକା ଭାବେ କାମ କରୁଥୁବା ଲୋକେ କହିଛନ୍ତି । ତେବେ ଅତି ନିମ୍ନମାନର କାମ ସହିତ ନିର୍ମାଣ ସ୍ଥାନରେ ସୂଚନା ଫଲକ ଲାଗିନଥିବାରୁ ନିମ୍ନ ମାନର କାମକରି ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହେଉଛି । ଏନେଇ ଠିକାଦାର ଗଣେଷ ମେହେରକୁ ପଚାରିବାରୁ ମୁଁ ଠିକାଦାର, କିନ୍ତୁ ବ୍ଲକ ଉପାଧକ୍ଷ ଦୂର୍ଯୋଧନ କୁମ୍ଭାର ମାଧ୍ୟମରେ ଏହିକାମ ହେଉଛି । ମତେ କିଛି ଜଣାନାହିଁ ବୋଲି ସେ କହିଥିଲେ ।

କଂକ୍ରିଟ ରାସ୍ତା କାମରେ ଦୁର୍ନୀତି ଅଭିଯୋଗ !

ଅନ୍ୟପଟେ ବେଲପଡା ବିଡିଓଙ୍କୁ ପଚାରିବାରୁ ଏ ସର୍ମ୍ପକରେ ମୁଁ କିଛି କହିପାରିବିନି ବୋଲି ଫୋନ କାଟିଦେଇଥିଲେ । ରାଜ୍ୟରେ ଦୂର୍ନିତି ମୁକ୍ତ କରିବା ପାଇଁ ସରକାର ୫ଟିର କାର୍ଯ୍ୟକାରୀ କରୁଛନ୍ତିି । କିନ୍ତୁ ବେଲପଡାରେ ନିୟୋଜିତ ବାବୁ ମାନେ ଏହାକୁ ପାଳନ କରୁନାହାଁନ୍ତି । ଫଲରେ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ ନିମ୍ନ ମାନର ରାସ୍ତାକାମ ଉଚ୍ଚ ସ୍ତରୀୟ ତଦ‘ ପାଇଁ ଦାବୀ କରୁଛନ୍ତି ।

Govt

Comments are closed.