ଫେରିବେ ୫ ଲକ୍ଷ ଓଡ଼ିଆ, ଆସନ୍ତାକାଲିଠାରୁ ଆରମ୍ଭ ପଞ୍ଜୀକରଣ

ସମୟ ଲାଇଭ୍‍,୨୩/୪: ରାଜ୍ୟ ବାହାରେ ସାଢ଼େ ୭ ଲକ୍ଷ ଓଡ଼ିଆ ଫସିରହିଛନ୍ତି। ତେବେ ପ୍ରାୟ ୫ ଲକ୍ଷରୁ ଊର୍ଦ୍ଧ୍ବ ଓଡ଼ିଆ ରାଜ୍ୟକୁ ଫେରିପାରନ୍ତି ବୋଲି ଅନୁମାନ କରାଯାଉଛି।
ଲକ୍‍ ଡ଼ାଉନ୍‍ ଖୋଲିବା ମାତ୍ରେ ଯେଉଁମାନେ ଓଡ଼ିଶା ଫେରିବାକୁ ଚେଷ୍ଟା କରିବେ ସେମାନଙ୍କ ପାଇଁ ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯାଇଛି। ତେବେ ଏନେଇ ଆସନ୍ତା କାଲିଠାରୁ ପଞ୍ଜୀକରଣ ଆରମ୍ଭ ହେବ। ନିଜେ, ନିଜ ସମ୍ପର୍କୀୟ କିମ୍ବା ଅନ୍ୟ ଲୋକ ମଧ୍ୟ ଏହି ପଞ୍ଜୀକରଣ କରିପାରିବେ ବୋଲି ପଞ୍ଚାୟତରାଜ ବିଭାଗର ପ୍ରମୁଖ ସଚିବ ଡ଼ି.କେ ସିଂହ ସୂଚନା ଦେଇଛନ୍ତି। ଏଥିପାଇଁ ଏକ ସ୍ୱତନ୍ତ୍ୱ ପୋର୍ଟାଲ କାର୍ଯ୍ୟକାରୀ ହେବ।
ଓଡ଼ିଶା ଆସିବା ପରେ ବସଷ୍ଟାଣ୍ଡ, ରେଲୱେ ଷ୍ଟେସନ ନିକଟରେ ବ୍ଲକ୍‍ ଆଦିରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯିବା ସହ ସରକାରୀ ବ୍ୟବସ୍ଥାରେ ୧୪ ଦିନ ସଂଘରୋଧରେ ରହିବାପରେ ସେମାନଙ୍କୁ ଘରକୁ ଫେରିବାକୁ ଅନୁମତି ଦିଆଯିବ

Govt

Comments are closed.