କରୋନା ରୋକିବ କି ଘୋଷଯାତ?

ଶ୍ରୀ ପ୍ରକାଶ ମହାରଣା

ବିବାଦରେ ଏବେ ପୁରୀ ଜଗନ୍ନାଥ
ହେବ କି ନାହିଁ ତାଙ୍କ ଘୋଷଯାତ।
ଜଗତର ନାଥ ପ୍ରଭୁ ଜଗନ୍ନାଥ
ନିଶ୍ଚିତ କରିବେ କରୋନାକୁ ନାଶ।
ଭକ୍ତ ବିନା ଏବେ ଶ୍ରୀମନ୍ଦିର
ସେ କି କରିବ ତା’ର ଉପଚାର।
ମାସେ ହେଲା ସେ ଭକ୍ତଙ୍କୁ ଦେଖିନି
କେମିତି ରହୁଛି ଜାଣିବି ହେଉନି।
ଭକ୍ତର ଠାକୁର ସେ ଆମର
ଭକ୍ତ ବିନା କେମିତି କଟୁଛି ଦିନ ତାହାର ?
ମନେ ପଡ଼ୁନି କି ତା’ର ଭକ୍ତ କଥା
କାହିଁକି କରୁନି ସେ ତା’ ବ୍ୟବସ୍ଥା ?
ଆଶା ଅଛି କିଛି କରିବ ଉଜ୍ଜ୍ୱଳ
ତ୍ରିଭୁବନେ ପୁଣି ଦେଖାଇବ ତା’ର ନେତ୍ର ମଣ୍ଡଳ।
ଭକ୍ତକୁ ସିନା ସେ ଭୁଲି ଗଲାଣି
ପଣ୍ଡା ପଢ଼ିଆରୀଙ୍କୁ ଆଦର କଲାଣି।
ଭକ୍ତ ତତେ ଭୁଲିପାରୁନି
ତତେ ଦେଖିବାକୁ ତା’ର ମନ ବଳିଲାଣି।
ହେ ପ୍ରଭୁ ତୁମେ କର କିଛି ଏମିତି
କରୋନା ଛାଡ଼ି ଚାଳିଯିବ ଏ ବିଶ୍ୱକୁ ଯେମିତି।
ଦଃୁଖ ପଡ଼ିଛି ଏ ବ୍ରହ୍ମାଣ୍ଡର
ତୁ ଏକା ଉଦ୍ଧାର କରିବୁ କଳାଠାକୁର।

Launching Ceremony of “AYUSHMAN BHARAT

Comments are closed.