କପିରାଇଟ ଉଲ୍ଲଙ୍ଘନ ମାମଲା : ଭାରତ ଯୋଡ ଯାତ୍ରା ଟ୍ୱିଟର ହ୍ୟାଣ୍ଡେଲ ଉପରେ ରୋକ ଲଗାଇଲେ କୋର୍ଟ

ନୂଆଦିଲ୍ଲୀ : ବେଙ୍ଗାଲୁରୁର ଏକ କୋର୍ଟ ମ୍ୟୁଜିକ୍ କପିରାଇଟ୍ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ପରେ କଂଗ୍ରେସର ‘ଭାରତ ଯୋଡା ଯାତ୍ରା’ ଟ୍ୱିଟର ହ୍ୟାଣ୍ଡେଲ ଅସ୍ଥାୟୀ ରୋକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। କଂଗ୍ରେସ ବିରୋଧରେ କପିରାଇଟ୍‌ ଆକ୍ଟ ଅଧୀନରେ ଅଭିଯୋଗ କରିଥିଲା କେଜିଏଫ-୨ ଫେମ ଏମଆରଟି ମ୍ୟୁଜିକ୍ କମ୍ପାନୀ । ଏହା ସହିତ କୋର୍ଟ ଟ୍ବିଟରକୁ ନିର୍ଦେଶ ଦେଇଛି ଯେ, ସେ କଂଗ୍ରେସ ପକ୍ଷରୁ ସେୟାର କରାଯାଇଥିବା ତିନୋଟି ଟ୍ବିଟ୍‌କୁ ହଟାଇ ଦେଉ, ଯେଉଁଥିରେ କେଜିଏଫ୍‌-୨ର ଗୀତ ବ୍ୟବହାର କରାଯାଇଛି।

କେଜିଏଫ୍-୨ର ଗୀତ ଗାଇବାର ବ୍ୟବହାର କରିବା ମାମଲାରେ ଏମ୍‌ଆରଟି ମ୍ୟୁଜିକ୍ କମ୍ପାନୀର ମ୍ୟାନେଜର ଏମ୍‌. ନବୀନ କୁମାର ବେଙ୍ଗାଲୁରର ୟଶଓ୍ବନ୍ତପୁର ଥାନାରେ କିଛି ଦିନ ପୂର୍ବରୁ ଅଭିଯୋଗ କରିଥିଲେ ଯେ, ଜୟରାମ ରମେଶ ନିଜର ଟ୍ବିଟର ହ୍ୟାଣ୍ଡେଲରେ ଭାରତ ଯୋଡ୍ ଯାତ୍ରା ସମ୍ପର୍କିତ ଦୁଇଟି ଭିଡିଓ ସେୟାର କରିଥିଲେ, ଯେଉଁଥିରେ ବିନା ଅନୁମତିରେ କେଜିଏଫ୍‌-୨ର ଗୀତର ବ୍ୟବହାର କରାଯାଇଥିଲା। ଅଭିଯୁକ୍ତମାନେ ଠକେଇ ଓ ଭୁଲ ଭାବରେ ନିଜର ଫାଇଦା ପାଇଁ ଗୀତକୁ ଅବୈଧ ଭାବରେ ବ୍ୟବହାର କରିଛନ୍ତି। ନବୀନ କୁମାର କପିରାଇଟ୍ ମ୍ୟୁଜିକ୍‌ର ବ୍ୟବହାର କରିବା ଉପରେ କଂଗ୍ରେସ ଓ ତା’ର ନେତାଙ୍କ ବିରୋଧରେ ଆକ୍ସନ ନେବାର ଦାବି କରିଛନ୍ତି। ବେଙ୍ଗାଲୁର ସିଭିଲ କୋର୍ଟ ଆଗାମୀ ନିର୍ଦେଶ ପର୍ଯ୍ୟନ୍ତ କଂଗ୍ରେସ ଓ ଭାରତ ଯୋଡୋ ଯାତ୍ରାର ଟ୍ବିଟର ହ୍ୟାଣ୍ଡେଲକୁ ବ୍ଲକ କରିବାର ନିର୍ଦେଶ ଦେଇଛନ୍ତି। କୋର୍ଟ ଏହି ମାମଲାରେ କପିରାଇଟ୍‌ ଉଲଂଘନ ହୋଇଥିବା କଥାକୁ ସ୍ବୀକାର କରିଛନ୍ତି।

ସେହିପରି ସୋମବାର ଦିନ ବାଙ୍ଗାଲୋରର ଏକ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଭାରତୀୟ ଜାତୀୟ କଂଗ୍ରେସର ଟ୍ୱିଟର ହ୍ୟାଣ୍ଡେଲ ଏବଂ ଏହାର ଆନ୍ଦୋଳନ ‘ଭାରତ ଯୋଡା ଯାତ୍ରା’କୁ ସାମୟିକ ଭାବେ ବ୍ଲକ କରାଯାଉ। ବାଙ୍ଗାଲୋର କୋର୍ଟ ଦେଇଥିବା ଆଦେଶକୁ ନେଇ କଂଗ୍ରେସ ପ୍ରତିକ୍ରିୟା ରଖିଛି। କଂଗ୍ରେସ ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ପୋଷ୍ଟ କରିଛି ଯେ ଆମେ ସୋସିଆଲ ମିଡିଆରେ INC ଏବଂ BJY SM ହ୍ୟାଣ୍ଡେଲ ବିରୋଧରେ ବେଙ୍ଗାଲୁରୁ କୋର୍ଟର ଆଦେଶ ଖବର ରୁ ଜାଣିଛୁ । ମାତ୍ର ଏ ବିଷୟରେ ଆମକୁ ଅବଗତ କରାଯାଇ ନାହିଁ କିମ୍ବା କୋର୍ଟରେ ହାଜର କରାଯାଇ ନାହିଁ। ଆମେ ଏ ପର୍ଯ୍ୟନ୍ତ ଅର୍ଡରର କୌଣସି କପି ମଧ୍ୟ ଗ୍ରହଣ କରିନାହୁଁ I ଏହି ସମସ୍ୟାର ସମାଧାନ ପାଇଁ ଆମେ ଆଇନଗତ ମାର୍ଗ ଗ୍ରହଣ କରିବୁ।

ସୂଚନାନୁସାରେ କଂଗ୍ରେସ ସାଂସଦ ଓ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଭାରତ ଯୋଡୋ ଯାତ୍ରା ବାହାର କରିଛନ୍ତି। ଏହାର ଭିଡିଓ ଓ ଫଟୋ ଲଗାତାର ଟ୍ବିଟରରେ ସେୟାର କରାଯାଉଛି। ଏହି ଯାତ୍ରା ସମ୍ପର୍କିତ ତିନୋଟି ଭିଡିଓ କଂଗ୍ରେସ ଟ୍ବିଟରରେ ସେୟାର କରିଥିଲା। ଏହି ଭିଡିଓରେ କେଜିଏଫ୍-୨ର ଗୀତ ବାଜୁଛି। ସେଭଳି ଅନ୍ୟ ଭିଡିଓରେ ରାହୁଲ ଗାନ୍ଧି ପିଲାଙ୍କ ସହିତ ଅଛନ୍ତି। ତାଙ୍କ ମୁଣ୍ଡରେ ହାତ ବୁଲାଉଥିବାର ଦେଖାଯାଉଛି I

Govt

Comments are closed.