ରାହୁଲଙ୍କ କଣ୍ଟ୍ରୋଭର୍ସିଆଲ୍‌ ଟୁଇଟ୍‌

ମୁମ୍ବାଇ: ମଇ ୧୨: ଦିନକୁ ଦିନ ଫ୍ୟାଶନର ପରିଭାଷା ବଦଳୁଛି । ଡ୍ରେସ୍‌ ଯେତେ ଛୋଟ ହେବ ସେତେ ଗ୍ଲାମର ଲୋକଙ୍କୁ ଆଟ୍ରାକଫ କରୁଛି । ଗ୍ଲାମରର୍ସ ଏବଂ ବୋଲï ଦେଖାଯିବା ପାଇଁ କିଛି ଲୋକ ସୀମା ଟପି ଯାଆନ୍ତି । ତେବେ ଏକଥା କହିଛନ୍ତି ରାହୁଲ ବୈଦ୍ୟ । ସେ କହିଛନ୍ତି ଲୋକମାନେ କିପରି ଫ୍ୟାଶନ ନାମରେ ନଗ୍ନ ଫଟୋ ପୋଷ୍ଟ କରିବା ଆରମ୍ଭ କରିଲେଣି । ସେ ଏ ବିଷୟରେ କେବଳ ଆଲୋଚନା କରିଛନ୍ତି ହେଲେ କାହାର ନାମ ଲେଖାଯାଇନାହିଁ । ସେ କହିଥିଲେ କି ମୁଁ ଆଜି ଗୋଟେ ଫଟୋ ଦେଖିଥିଲି । ଯାହା ମୋତେ ମୋ ପତ୍ନୀ ଦିଶା ଇନଷ୍ଟାଗ୍ରାମରେ ପଠାଇଥିଲେ ।ଏହା ପରେ ସେ ଚକିତ ହୋଇଯାଇଥିଲେ । କହିଥିଲେ କି ଆଗାମୀ ବର୍ଷରେ ଲୋକମାନେ ଫ୍ୟାଶନ୍‌ କିମ୍ବା ଟ୍ରେଣ୍ଡ ନାମରେ ନଗ୍ନ ପୋଷ୍ଟ କରିବା ଆରମ୍ଭ କରିବେ! ପ୍ରମାଣ ପାଇଁ ଏହି ଟୁଇଟ୍‌ ସେଭ୍‌ କର;ୁ । ତେବେ ତାଙ୍କର ଏହି ଟୁଇଟ୍‌ ଟି ଉର୍ଫି ଜାଭେଦଙ୍କ ଉଦ୍ଦେଶ୍ୟ କୁହାଯାଇଥିବା ଚର୍ଚ୍ଚା ହେଉଛି । ନିକଟରେ ଉର୍ଫି ନ୍ୟୁଡ୍‌ କଲରର ଏକ ଅଣ୍ଡରଗାରମେଣ୍ଟ ପିନ୍ଧିିଥିବାର ନଜର ଆସିଥିଲେ । ସୋସିଆଲ ମିଡିଆ ୟୁଜର୍ସମାନେ ରାହୁଲଙ୍କ ଏହି ଟୁଇଟ୍‌ ଦେଖି ରିପ୍ଲାଏ ଦେଇ କହିଛନ୍ତି, ସେ ଉର୍ଫିଙ୍କ ବିଷୟରେ କହୁଛନ୍ତି ଯିଏ କି ଏପରି ପୋଷାକ ପିନ୍ଧନ୍ତି । ରାହୁଲଙ୍କ ଏତେ ସବୁ କହିବା ପରେ ଶେଷରେ ରାହୁଲ୍‌ଙ୍କୁ ଜୋରଦାର ଟ୍ରୋଲ୍‌ କରାଯାଇଛି । ଅନେକ ୟୁଜର୍ସ କହିଛନ୍ତି କି ଜ୍ଞାନ ଦେଉଥିବା ଲୋକ ନିଜେ ଠିକ୍‌ ରୁହ;ୁ । ରାହୁଲ ମଧ୍ୟ ନିକଟରେ ତାଙ୍କ ପତ୍ନୀଙ୍କ ବିକିନି ଫଟୋ ପୋଷ୍ଟ କରିଥିଲେ । ଜଣେ ୟୁଜର୍ସ କହିଥିଲେ- ବୋଧ ହୁଏ ଏଇ ଫଟୋ କଥା କହୁଛନ୍ତି । ତେବେ ଏପରି ଭାବରେ ଲାଗିଛି ଟୁଇଟର ପ୍ରଳୟ ।

Launching Ceremony of “AYUSHMAN BHARAT

Comments are closed.