ହିମାଚଳପ୍ରଦେଶ ରେ କଂଗ୍ରେସର ବଡ ରଣନୀତି, ବିଜୟୀ ବିଧାୟକ ରାଜସ୍ଥାନ ସିଫ୍ଟ ହେବେ

ହିମାଚଳ ପ୍ରଦେଶ : ଆଜି ସକାଳ ୮ ଟାରୁ ହିମାଚଳ ପ୍ରଦେଶ ବିଧାନସଭା ଆସନ ପାଇଁ ଭୋଟ ଗଣତି ଚାଲିଛି I ଗତ ନଭେମ୍ବର ୧୨ ତାରିଖରେ ହିମାଚଳ ପ୍ରଦେଶର ୬୮ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ ପାଇଁ ଭୋଟ ପଡିଥିଲା । ରାଜ୍ୟର ୫୫ ଲକ୍ଷ ଭୋଟରଙ୍କ ମଧ୍ୟରୁ ୭୫ ପ୍ରତିଶତ ସେମାନଙ୍କର ମତଦାନ କରିଥିଲେ । ମୋଟ ୪୧୨ ଜଣ ପ୍ରାର୍ଥୀ ଏହି ନିର୍ବାଚନ ମୈଦାନରେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ହିମାଚଳ ପ୍ରଦେଶର ୬୮ ଟି ଗଣନା କେନ୍ଦ୍ରରେ ଭୋଟ୍ ଗଣନା ଚାଲିଛି। ଭୋଟ୍ ଗଣିବା ପାଇଁ ପ୍ରାୟ ୧୦ ,୦୦୦ କର୍ମଚାରୀଙ୍କୁ ଡ୍ୟୁଟିରେ ହୋଇଛନ୍ତି I

ହିମାଚଳ ପ୍ରଦେଶ ବିଧାନ ସଭା ନିର୍ବାଚନ ପ୍ରଚାର ବେଳେ କଂଗ୍ରେସ ସହିତ ବିଜେପି ର ବଡ଼ ଟକର ହୋଇଥିଲା I’ରାଜ ନାହି, ରିଭାଜ ବଦଲେଙ୍ଗ’ ଭଳି ସ୍ଲୋଗାନ ଦେଇଥିଲା ବିଜେପି । ତେବେ ଏକଜିଟ୍ ପୋଲ ଗଣନା ଆକଳନ ବିଜେପି ସପକ୍ଷରେ ଯାଇଥିଲା I ଏପଟେ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ କଂଗ୍ରେସ ଦାବି କରିଛି। ତାଙ୍କ ଦଳ ୪୦ ରୁ ଅଧିକ ସିଟ୍ ପାଇବ ବୋଲି କଂଗ୍ରେସ ଜୋର ଦେଇ କହିଛି । ସେହିପରି କଂଗ୍ରେସ ଯଦି ସଂଖ୍ୟା ଗରିଷ୍ଠତା ହାସଲ କରେ ତେବେ ନିଜର ବିଜୟୀ ବିଧାୟକ ମାନଙ୍କୁ ନେଇ ରାଜସ୍ଥାନକୁ ଶିଫ୍ଟ କରିବାକୁ ଯୋଜନା କରୁଛି କଂଗ୍ରେସ । କାରଣ ଭୟ ରହିଛି ବିଜେପିର ‘ଅପରେସନ ଲୋଟସ’ I ଏଥିରୁ ବର୍ତ୍ତିବା ପାଇଁ ହିମାଚଳ ପ୍ରଦେଶର ବିଧାୟକ ମାନଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଓ ବରିଷ୍ଠ ନେତା ଭୂପିନ୍ଦର ସିଂହ ହୁଦାଙ୍କୁ ଏହି ଶିଫ୍ଟିଂ ଟାସ୍କ ଦିଆଯାଇଥିବା ଏକ ସୂତ୍ରରୁ ଜଣାପଡ଼ିଛି । ବିଧାୟକମାନଙ୍କୁ ଏକ ବସ୍ ଯୋଗେ ରାଜସ୍ଥାନକୁ ଶିଫ୍ଟ କରାଯିବ । ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା ବ୍ୟକ୍ତିଗତ ଭାବେ ଏହି ଯୋଜନାରୁ ମନିଟରିଂ କରିବା ସହ ସେ ଆଜି ଶିମଲାରେ ପହଞ୍ଚିବେ ବୋଲି ଜଣାପଡ଼ିଛି । ଅନ୍ୟପକ୍ଷରେ ହିମାଚଳ ପ୍ରଦେଶରେ ଭଲ ପ୍ରଦର୍ଶନ ପାଇଁ ଆମ୍ ଆଦମୀ ପାର୍ଟି ମଧ୍ୟ ଆଶାବାଦୀ।

Comments are closed.