ପୋଲିସ ମାଡ଼କୁ ପ୍ରତିବାଦ କରି କଂଗ୍ରେସ କର୍ମୀଙ୍କ ଡିସିପି ଅଫିସ ସମ୍ମୁଖରେ ଧାରଣା
ଦୋଷୀଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି ।
ଭୁବନେଶ୍ୱର: ଡିସେମ୍ବର ୧୪ : ମମିତା ହତ୍ୟାକାଣ୍ଡ ଏବଂ ମନ୍ତ୍ରୀ ବିଦ୍ୟଶଙ୍କରଙ୍କ ଇସ୍ତଫା ଦାବିରେ ବିଧାନସଭା ଘେରାଉ ବେଳେ ଛାତ୍ର କଂଗ୍ରେସ କର୍ମୀଙ୍କୁ ପୋଲିସର ଗୋଡ଼ଇ ଗୋଡ଼ାଇ ମାଡ ମାରିଥିଲା । ଏଥିରେ ବହୁ ଛାତ୍ର କଂଗ୍ରେସ ଆହତ ହୋଇଥିଲେ । ଏହି ଘଟଣାକୁ କେନ୍ଦ୍ର କରି ଆଜି କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଛି । ସୋମନେ ଭୁନେଶ୍ୱର ଏସପି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଆକ୍ରମଣରେ ଦୋଷୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ପକ୍ଷରୁ ଦାବି ହୋଇଛି ।
ସୂଚନା ଥାଉଯେ, ଗତ ୧୦ ତାରିଖରେ ମମିତା ମେହେରଙ୍କୁ ନ୍ୟାୟ ଦେବା ଦାବିରେ କଂଗ୍ରେସର ଶତାଧୀକ କର୍ମୀ ଓ ଛାତ୍ର ନେତା ମିଳିତ ଭାବେ ବିଧାନସଭା ଆଡ଼କୁ ମୁହାଁଇଥିଲା ବେଳେ ସେମାନେ ପୋଲିସର ବଳକୁ ସାମ୍ନା କରିଥିଲେ । ପୋଲିସ ଛାତ୍ର ନେତାଙ୍କୁ ବଳପୂର୍ବକ ଅଟକାଇବା ସହିତ ଗୋଡ଼ାଇ ଗୋଡ଼ାଇ ନିସ୍ତୁକ ପିଟିଥିଲେ ।
ଏହିପରିକିପୋଲିସ କଂଗ୍ରେସ ଭବନ ଭିତରେ ପଶିକି କର୍ମଚାରୀ ଓ ଛାତ୍ରଙ୍କୁ ନିସ୍ତୁକ ପିଟିଥିଲେ । ଏଥିରେ ବହୁ ଛାତ୍ର କର୍ମୀ ଆହତ ହୋଇଥିଲେ । ସେମାନ ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲକୁ ଚିକିତ୍ସା ସକାଶେ ଭର୍ତ୍ତି କରାଯାଇଥିଲା । କେତେକ କର୍ମୀଙ୍କ ମୁଣ୍ଡ ଫାଟିଯାଇଥିଲା । ଏହି ଘଟଣାକୁ ପ୍ରତିବାଦ କରି କଂଗ୍ରେସ କର୍ମୀ ମାଷ୍ଟର କ୍ୟାଣ୍ଟିନଠାରେ ରାସ୍ତା ଅବରୋଧ କରିଥିଲେ ।
ଏପରିକି ମହିଳା ଓ ଛାତ୍ରୀ କଂଗ୍ରେସ କର୍ମୀଙ୍କ ଉପରେ ମଧ୍ୟ ଲାଠି ମାଡ଼ ହୋଇଥିଲା । ପୋଲିସ କିଛି କର୍ମୀଙ୍କୁ ମଧ୍ୟ ଗିରଫ କରିଥିଲା ।

Comments are closed.