ମଇଦାନରେ କଂଗ୍ରେସର ଷ୍ଟାର ପ୍ରଚାରକ

ଭୁବନେଶ୍ୱର: ଫେବୃଆରୀ ୦୮: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପିସିସି ପକ୍ଷରୁ ୨୦ ଜଣିଆ ତାରକା ପ୍ରଚାରକ ତାଲିକା ଘୋଷଣା କରାଯାଇଛି। ସେଥିରେ ସାଂସଦ ଡ. ଚେଲ୍ଲା କୁମାରଙ୍କ ସହିତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଏଆଇସିସି ସମ୍ପାଦକ ରୁଦ୍ର ରାଜୁ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ଚିରଞ୍ଜିବ ବିଶ୍ୱାଳ, ଶରତ ପଟ୍ଟନାୟକ, ଜୟଦେବ ଜେନା, ପଞ୍ଚାନନ କାନୁନଗୋ, ସପ୍ତଗିରି ଉଲ୍ଲାକା, ସୁରେଶ କୁମାର ରାଉତରାୟ, ତାରା ପ୍ରସାଦ ବାହିନୀପତି, ସଂତୋଷ ସିଂ ସାଲୁଜା, ଇଂ. ମହମ୍ମଦ ମୋକିମ୍‌, କିଶୋର ଚନ୍ଦ୍ର ପଟେଲ, ବିଜୟଲକ୍ଷ୍ମୀ ସାହୁ, ସତ୍ୟପ୍ରକାଶ ନାୟକ, ସୁରେଶ ମହାପାତ୍ର ପ୍ରମୁଖ ରହିଥିବାବେଳେ ଛତିଶଗଡ ପ୍ରଦେଶ କଂଗ୍ରେସ ସଭାପତି ମୋହନ ମରକମଙ୍କ ସମେତ ଛତିଶଗଡ କ୍ୟାବିନେଟ ମନ୍ତ୍ରୀ ଅମରଜିତ ଭଗତ ଓ ରାୱାସି ଲକ୍ଷ୍ମା ମଧ୍ୟ ରହିଛନ୍ତି। ସମସ୍ତେ ନିଜର ପୁରା ଜୋର ଚେଷ୍ଟା କରି ପ୍ରଚାର କରିବେ ବୋଲି ପିସିସି ଉପସଭାପତି ତଥା ନିର୍ବାଚନ ପରିଚାଳନା କମିଟିର ଆବାହକ ଯଜ୍ଞେଶ୍ୱର ବାବୁ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛନ୍ତି।

Govt

Comments are closed.