ମଣିପୁର ନିର୍ବାଚନ ପାଇଁ କଂଗ୍ରେସ ପ୍ରକାଶ କଲା ପାର୍ଥୀ ତାଲିକା

ଇମ୍ଫାଲ୍‌: ଜାନୁଆରୀ ୨୪: ରାଜ୍ୟ ମଣିପୁରରେ ଆରମ୍ଭ ହୋଇଗଲାଣି ନିର୍ବାଚନର ପର୍ବ । ଏଥିପାଇଁ ବିଭିନ୍ନ ଦଳ ପକ୍ଷରୁ ପ୍ରଚାର କାର୍ଯ୍ୟ ମଧ୍ୟ ଚାଲିଛି । ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ରାଜନୈତିକ ଦଳମାନେ ଲାଗିପଡ଼ିଛନ୍ତି । ଏହାରି ମଧ୍ୟରେ ରାଜ୍ୟ କଂଗ୍ରେସ ତା’ର ୪୦ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି । ଏହି ତାଲିକା ମଧ୍ୟରେ ପୂର୍ବତନ ସିଏମ୍‌ ଓକରାମ ଇବୋବି ସିଂଙ୍କ ନାମ ରହିଛି । ସେ ଥୋବାଲ ଆସନ ପାଇଁ ନିର୍ବାଚନ ଲଢ଼ିବେ ।

ମଣିପୁର ନିର୍ବାଚନ ପାଇଁ କଂଗ୍ରେସ ପ୍ରକାଶ କଲା ପାର୍ଥୀ ତାଲିକା

ମଣିପୁର ନିର୍ବାଚନ ପାଇଁ କଂଗ୍ରେସ ପ୍ରକାଶ କଲା ପାର୍ଥୀ ତାଲିକା

ସୂଚନା ଥାଉଯେ, ରାଜ୍ୟରେ ୬୦ ଟି ସିଟ୍‌ ପାଇଁ ଦୁଇଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ । ଫେବୃଆରୀ ୨୭ ରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ଅନୁଷ୍ଠିତ ହେବ । ଫେବୃଆରୀ ୧ ରେ ଏଥିପାଇଁ ବିଜ୍ଞପ୍ତି ଜାରି କରାଯିବ । ଫେବୃଆରୀ ୮ରେ ହେଉଛି ନାମାଙ୍କନପତ୍ରର ଶେଷ ତାରିଖ । ସେହିପରି ଫେବୃଆରୀ ୯ ପର୍ଯ୍ୟନ୍ତ ନାମାଙ୍କନପତ୍ରର ଯାଞ୍ଚ କରାଯିବ ଏବଂ ନାମାଙ୍କନ ପ୍ରତ୍ୟାହାର ପାଇଁ ଫେବୃଆରୀ ୧୧ ପର୍ଯ୍ୟନ୍ତ ସୁଯୋଗ ଦିଆଯିବ ।

ଏଥି ସହିତ ମାର୍ଚ୍ଚ ୩ ରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଭୋଟ୍‌ ଗ୍ରହଣ କରାଯିବ । ଏଥିପାଇଁ ଫେବୃଆରୀ ୪ ରେ ବିଜ୍ଞପ୍ତି ଜାରି କରାଯିବ ଏବଂ ପ୍ରାର୍ଥୀମାନେ ଫେବୃଆରୀ ୧୧ ପର୍ଯ୍ୟନ୍ତ ନାମ ଲେଖାଇ ପାରିବେ । ଫେବୃଆରୀ ୧୪ରେ ନାମାଙ୍କନପତ୍ର ପ୍ରତ୍ୟାହାର କରାଯିବାକୁ ଥିବାବେଳେ ପ୍ରାର୍ଥୀମାନେ ଫେବୃଆରୀ ୧୬ ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର କରିବାର ସୁଯୋଗ ପାଇବେ ।

Launching Ceremony of “AYUSHMAN BHARAT

Comments are closed.