ପିସିସି ସଭାପତିଙ୍କ ଅନୁରୋଧ ପରେ ଧାରଣାରୁ ଓହରିଲା କଂଗ୍ରେସ

ଭୁବନେଶ୍ବର: ବିଧାନସଭା ଗାନ୍ଧି ମୂର୍ତ୍ତି ତଳ ଧାରଣା ସ୍ଥଳରୁ ଉଠିଲେ ବିଧାୟକ। ତାରା ବାହିନୀପତିଙ୍କ ସମେତ ଅନ୍ୟ ବିଧାୟକ ଉଠିଲେ।ତାରାଙ୍କୁ ବିଧାନସଭାରୁ ୭ ଦିନ ନିଲମ୍ବନର ପ୍ରତିବାଦ କରୁଥିଲା କଂଗ୍ରେସ। ଧାରଣା ସ୍ଥଳକୁ ଯାଇଥିଲେ ପିସିସି ସଭାପତି ଭକ୍ତ ଦାସ।ଅନ୍ୟପଟେ କାଲି ବିଧାନସଭା କାର୍ଯ୍ୟକ୍ରମରେ ଭାଗ ନେବନି କଂଗ୍ରେସ।ସୂଚନା ଦେଲେ ପିସିସି ସଭାପତି ଭକ୍ତ ଚରଣ ଦାସ।କାଲି କଂଗ୍ରେସ ଜରୁରୀ ବୈଠକ କରିବ ବୋଲି ସୂଚନା ଦେଲେ।ବିଧାୟକ ଓ ବରିଷ୍ଠ ନେତାଙ୍କୁ ନେଇ ବୈଠକ ଡାକିଲେ।

ବିଧାନସଭାରେ ହାତାହାତି ଘଟଣାକୁ ନେଇ କଂଗ୍ରେସର ବରିଷ୍ଠ ବିଧାୟକଙ୍କୁ ୭ ଦିନ ସସପେଣ୍ଡ କରାଯାଇଛି। ବାଚସ୍ପତି ସୁରମା ପାଢୀ ତାରାଙ୍କୁ ୭ ଦିନ ପାଇଁ ଗୃହରୁ ନିଲମ୍ବନ କରିଛନ୍ତି। ବାଚସ୍ପତିଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ସେ ଅଭିଯୋଗ ଶୁଣି ନଥିଲେ।

Launching Ceremony of “AYUSHMAN BHARAT

Comments are closed.