ଭୁବନେଶ୍ୱର: ଧାମନଗର ନିର୍ବାଚନ ପାଇଁ କଂଗ୍ରେସ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ବାବା ହରେକୃଷ୍ଣ ସେଠୀଙ୍କୁ କଂଗ୍ରେସ ଧାମନଗର ପ୍ରାର୍ଥୀ ଭାବେ ଚୟନ କରିଛି । ଏହାପୂର୍ବରୁ ବିଜେପି ନିଜର ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ନାମ ଘୋଷଣା କରିସାରିଛି । ଏହାପରଠାରୁ ସୂର୍ଯ୍ୟବଂଶୀ ସୂରଜ ଜୋର୍ଦାର ନିର୍ବାଚନ ପ୍ରଚାରରେ ଲାଗିପଡ଼ିଛନ୍ତି । ତେବେ ପ୍ରାର୍ଥିପତ୍ର ଦାଖଲ ପାଇଁ ହାତରେ ଆଉ ମାତ୍ର ଦୁଇ ଦିନ ରହିଥିଲା ବେଳେ ଏପର୍ଯ୍ୟନ୍ତ ବିଜେଡି ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ ।
ସୂଚନା ଥାଉଯେ, ୨୦୧୯ରେ ଧାମନଗରଠାରେ ବିଜେପିକୁ ସଫଳତା ମିଳିଥିଲା । ତେବେ ଆସନ୍ତା ନିର୍ବାଚନରେ ଧାମନଗରରେ କେଉଁ ଦଳ ବିଜୟ ହେଉଛି, ତାହା ଦେଖିବାକୁ ରହିଲା ।

Comments are closed.