ମୁଖ୍ୟମନ୍ତ୍ରୀଙ୍କ ବାସ ଭବନ ଘେରାଉ ଉଦ୍ୟମ କଲା କଂଗ୍ରେସ

0

ଭୁବନେଶ୍ୱର : ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ କଂଗ୍ରେସ ପକ୍ଷରୁ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନ ଘେରାଉ କରାଯାଇଛି। ବଳଙ୍ଗା ପୀଡିତାଙ୍କୁ ନ୍ୟାୟ ଓ ଧର୍ମଶାଳା ବିଧାୟକଙ୍କ ବିରୋଧରେ କଂଗ୍ରେସ ଗର୍ଜିବା ସହ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛି। ଏହି ସମୟରେ କଂଗ୍ରେସ କର୍ମୀ ଓ ପୁଲିସଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଓଡିଶାରେ ନାରୀ ଅସୁରକ୍ଷିତ। ପୀଡିତାଙ୍କୁ ନ୍ୟାୟ ନମିଳିଲେ ଆନ୍ଦୋଳନ ଜାରି ରହିବ। ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ। ଦୋଷୀଙ୍କୁ କାହିଁକି ପୁଲିସ ଗିରଫ କରୁ ନାହିଁ, ବୋଲି କହିବା ସହ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ମଧ୍ୟ କଂଗ୍ରେସ ଦାବି କରିଛି।

ଅନ୍ୟପଟେ,ଏହି ଘଟଣାକୁ ନେଇ ଆସନ୍ତା ୭ ତାରିଖରେ ୬ ଘଣ୍ଟିଆ ପୁରୀ ବନ୍ଦ ଡାକରା ଦେଇଛି ବିଜେଡି । ସକାଳ ୬ ଟା ଠାରୁ ଦିନ ୧୨ ଟା ଯାଏ ବନ୍ଦ ରହିବ ପୁରୀ । ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇବା ସହ ସରକାର ଘଟଣାର ସତ୍ୟ ଉନ୍ମୋଚନ କରନ୍ତୁ ବୋଲି ଦାବି କରିଛି ବିଜୁ ଜନତା ଦଳ । ଏହା ସହ ଜାଣିଶୁଣି ଦୋଷୀକୁ ଚିହ୍ନଟ କରୁନଥିବା ଅଭିଯୋଗ କରିଛି ବିଜେଡ଼ି। ତୁରନ୍ତ ସତ୍ୟତା ସାମ୍ନାକୁ ନ ଆସିଲେ ବିଜେଡ଼ି ଆନ୍ଦୋଳନ ଜାରି ରଖିବ ବୋଲି କହିଛନ୍ତି ପୁରୀ ଜିଲ୍ଲା ବିଜେଡ଼ି ସଭାପତି ଉମାକାନ୍ତ ସାମନ୍ତରାୟ ।

Leave A Reply

Your email address will not be published.