ବଦଳିବେନି ପସିସି ସଭାପତି: ଜିତେନ୍ଦ୍ର ସିଂ

ସମୟ ଲାଇଭ,୧୦/୧୧: ପିସିସି ଜିତେନ୍ଦ୍ର ସିଂ ପିସିସି ଅଧ୍ୟକ୍ଷ ବଦଳି ନେଇ ନିଜର ମନ୍ତବ୍ୟ ରଖିଛନ୍ତି। ଦଳୀୟ ବୈଠକରେ ନିରଞ୍ଜନ ପଟ୍ଟନାୟକ ହିଁ ପିସିସି ଅଧ୍ୟକ୍ଷ ରହିବେ ବୋଲି ସେ ସ୍ପଷ୍ଟ କରିଛନ୍ତି। ତେବେ ଯେଉଁମାନେ ନିରଞ୍ଜନ ହଟାଅ ମେଳି କରୁଥିବା ନେତାଙ୍କ ବିରୋଧରେ ବୈଠକରେ ସ୍ୱର ଉଠିଥିଲା। ଦଳ ବିରୋଧୀ କାର୍ଯ୍ୟକରୁଥିବା ନେତାଙ୍କ ମଧ୍ୟରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ତେଦଳରେ କୌଣସି ମତପାର୍ଥକ୍ୟ ଦେଖାଦେଲେ ଦଳରେ ଆଲୋଚନା କରାଯାଉ ବୋଲି ଜିତେନ୍ଦ୍ର ପରାମର୍ଶ ଦେଇଛନ୍ତି। ଗଣମାଧ୍ୟକୁ ଦଳବିରୋଧୀ ମନ୍ତବ୍ୟ ନଦେବାକୁ ସେ ଅନୁରୋଧ କରିଛନ୍ତି।
ସୂଚନା ଥାଉ କି, ଦଳର କିଛି ନେତା ଗତ କିଛିଦିନ ଧରି ନିରଞ୍ଜନକୁ ସଭାପତି ପଦରୁ ହଟାଇବାପାଇଁ ଦାବି କରିଆସୁଥିଲେ। ଏହାସହ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ଦେବାପାଇଁ ସେମାନେ ମତ ରଖିଥିଲେ।

Launching Ceremony of “AYUSHMAN BHARAT

Comments are closed.