DBT ମାଧ୍ୟମରେ ଲୋକଙ୍କୁ ଦିଆଯିବ କ୍ଷତିପୂରଣ – କେ.ଭି.ସିଂଦେଓ

ଭୁବନେଶ୍ୱର : ଦୁର୍ବଳ ହୋଇଛି ‘ଦାନା’ । ପ୍ରଭାବିତ ଅଞ୍ଚଳ ଗୁଡିକରେ ଯୁଦ୍ଧ କାଳୀନ ଭିତ୍ତିରେ ଚାଲିଛି ପୁନରୁଦ୍ଧାର କାର୍ଯ୍ୟ । ରାସ୍ତା ଉପରେ ଟଳି ପଡ଼ିଥିବା ବଡ଼ ବଡ଼ ଗଛ କାଟି ହଟାଯାଉଛି ତ ଆଉ କେଉଁଠି ବିଦ୍ୟୁତ ସଂଯୋଗ ପାଇଁ ଦିନ ରାତି ଏକ କରିଦେଇଛି ବିଦ୍ୟୁତ ବିଭାଗ । ତେବେ ଆଜି ସନ୍ଧ୍ୟା ସୁଦ୍ଧା ବିଦ୍ୟୁତ ସେବା ସ୍ୱାଭାବିକ ହେବ ବୋଲି କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

ସେହିପରି ବାତ୍ୟା ଜନିତ କ୍ଷୟକ୍ଷତି ପ୍ରଦାନ ନେଇ ପ୍ରତିକ୍ରିୟା ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ମନ୍ତ୍ରୀ କହିଛନ୍ତି, ଜିଲ୍ଲା ସ୍ତରରୁ ଆଖି ଦେଖା ରିପୋର୍ଟ ଆସିଛି । ବର୍ଷା କମିଲା ପରେ ଫିଲ୍ଡକୁ ଯାଇ ଜିଓ ଟ୍ୟାଗିଂ କରି ସରକାରଙ୍କୁ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, SRC ଓ କୃଷି ବିଭାଗ ନିଷ୍ପତ୍ତି ନେବେ । ଲୋକଙ୍କୁ ଆମେ ଛାଡିବାକୁ ଚାହୁନୁ । ଲୋକଙ୍କ ଅଧିକାର ଯାହା ଦରକାର ସରକାର ଯୋଗାଇଦେବେ । SRCଙ୍କ ନୂଆ ଗାଇଡଲାଇନ ଅନୁଯାୟୀ କ୍ଷତିପୂରଣ ଦିଆଯିବ । ଜିଲ୍ଲା ସ୍ତରରୁ ରିପୋର୍ଟ ଆସିଲେ SRCଙ୍କୁ ଦିଆଯିବ । DBT ମାଧ୍ୟମରେ ଲୋକଙ୍କୁ କ୍ଷତିପୂରଣ ଦିଆଯିବ । କ୍ଷତି ପୁରାଣ ପାଇଁ ଭୁଲ ରିପୋର୍ଟ ଦେଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ । ପୂର୍ବରୁ ଆସିଥିବା ବାତ୍ୟାରେ ୨ ମାସ ଲାଗୁଥିଲା ବିଦ୍ୟୁତ ପୁନଃଉଦ୍ଧାର ପାଇଁ । ଶୁକ୍ରବାର ୯୦ % ବିଦ୍ୟୁତ କାମ ସରିଛି । ବର୍ଷା ପାଇଁ ୧୦ % ରହିଯାଇଥିଲା । ଶନିବାର ସନ୍ଧ୍ୟା ସୁଦ୍ଧା ସମ୍ପୂର୍ଣ୍ଣ କାମ ସରିବ ବୋଲି କେ.ଭି.ସିଂହଦେଓ କହିଛନ୍ତି ।

Launching Ceremony of “AYUSHMAN BHARAT

Comments are closed.