ନୂଆଦିଲ୍ଲୀ : ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ପୁରୁଷ ଟେବୁଲ ଟେନିସ୍ ଦଳ ସ୍ୱର୍ଣ୍ଣ ପଦକ ଜିତିଛି । ମଙ୍ଗଳବାର ଟାଇଟଲ୍ ମୁକାବିଲାରେ ଭାରତ ୩-୧ ବ୍ୟବଧାନରେ ଭାରତ ସିଂଗାପୁରକୁ ଧରାଶାୟୀ କରିଥିଲା । ୨୦୧୮ ରାଜ୍ୟଗୋଷ୍ଠୀ ଦଳରେ ଭାରତୀୟ ଟିଟି ଦଳ ସ୍ୱର୍ଣ୍ଣ ପଦକ ଜିତିଥିଲା । ପୂର୍ବର ଏହି ସଫଳତାକୁ ବର୍ମିଂହାମ୍ରେ ଦୋହରାଇଛନ୍ତି ପୁରୁଷ ଖେଳାଳି ।
ସ୍ୱର୍ଣ୍ଣ ଲଢ଼େଇରେ ହରମିତ ଦେଶାଇ ଓ ସାଥିଆନ୍ ଗଣଶେଖରନ୍ଙ୍କ ଯୋଡ଼ି ସିଙ୍ଗାପୁରକୁ ୩-୦ରେ ହରାଇଥିଲା । ସିଙ୍ଗାପୁରରେ ୟୋଙ୍ଗ ଇଜାକ କୁ୍ୟ ଏବଂ ୱାଇ ପାଙ୍ଗଙ୍କୁ ହରାଇଥିଲେ ଭାରତୀୟ ଖେଳାଳି । ଦ୍ୱିତୀୟ ଟାଇରେ ଅଭିଜ୍ଞ ଶରତ କମଲ ୩-୧ ସେଟ୍ରେ ହାରିଯାଇଥିଲେ ।
ଫଳରେ ସ୍ଥିତି ୧-୧ରେ ବରାବର ହୋଇଥିଲା । ସିଙ୍ଗଲ୍ସରେ ସାଥିଆନ୍ ୩-୧ରେ ବିଜୟୀ ହୋଇଥିଲେ । ୪ର୍ଥ ଟାଇରେ ଦେଶାଇ ବିଜୟୀ ହୋଇଥିଲେ । ଆଉ ଗୋଟିଏ ଟାଇ ପୂର୍ବରୁ ଭାରତ ଅଗ୍ରଣୀ ହାସଲ କରି ସ୍ୱର୍ଣ୍ଣ ପଦକ କବ୍ଜା କରିଥିଲା । ଏହାକୁ ମିଶାଇ ଭାରତର ପଦକ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି ।
Comments are closed.