କମନ୍‌େୱଲ୍‌ଥ ଗେମ୍‌ସ: ସେମିରେ ଭାରତୀୟ ମହିଳା ହକି

ବର୍ମିଂହାମ୍‌ : ଜମାଣିଆ ପ୍ରଦର୍ଶନ ସହ ଭାରତୀୟ ମହିଳା ହକି ଦଳ ରାଜ୍ୟଗୋଷ୍ଠୀ କ୍ରୀଡା ହକି ବର୍ଗର ସେମିଫାଇନାଲରେ ପ୍ରବେଶ କରିଛି । ବୁଧବାର କାନାଡାକୁ ୩-୨ ଗୋଲ୍‌ରେ ପରାସ୍ତ କରି ଭାରତ ଏହି ସଫଳତା ହାସଲ କରିଛି । ଭାରତ ଗ୍ରୁପ୍‌ ଏ’ରେ ଦ୍ୱିତୀୟ ସ୍ଥାନରେ ରହି ଶ୍ରେଷ୍ଠ ୪ରେ ପହଞ୍ଚିଛି । କାନାଡା ସେମିଫାଇନାଲରେ ପହଞ୍ଚିବା ପାଇଁ ଭାରତ ବିପକ୍ଷ ମ୍ୟାଚ୍‌ ଡ୍ର’ କରିବାର ଥିଲା । ହେଲେ କାନାଡାକୁ ଏହି ଯୋଜନାକୁ ଭାରତ ପଣ୍ଡ କରିଦେଇଛି ।

କମନ୍‌େୱଲ୍‌ଥ ଗେମ୍‌ସ: ସେମିରେ ଭାରତୀୟ ମହିଳା ହକି

ମ୍ୟାଚ୍‌ ଶେଷ ହେବାକୁ ଆଉ ୯ ମିନିଟ୍‌ ବାକି ଥିବା ବେଳେ ନିର୍ଣ୍ଣାୟକ ଭୂମିକା ତୁଳାଇଥିଲେ ଲାଲରେମସିଆମି । ଭାରତ ପେନାଲଫି କର୍ଣ୍ଣର ବିଫଳ ହେବା ପରେ ଲାଲରେମସିଆମି କାନାଡା ଗୋଲ୍‌କିପରଙ୍କୁ ଚକମା ଦେଇ ଗୋଲ୍‌ସ୍କୋର କରିବାରେ ସଫଳ ହୋଇଥିଲେ ।

କମନ୍‌େୱଲ୍‌ଥ ଗେମ୍‌ସ: ସେମିରେ ଭାରତୀୟ ମହିଳା ହକି

କର ବା ମର ମ୍ୟାଚ୍‌ରେ ଭାରତୀୟ ମହିଳା ଦଳ ଦମଦାର ଆରମ୍ଭ କରିଥିଲା । ତୃତୀୟ ମିନିଟ୍‌ରେ ସଲିମା ତେତେ ଗୋଲ୍‌ସ୍କୋର କରି ଭାରତକୁ ୧-୦ରେ ଆଗୁଆ କରିଥିଲେ । ୨୨ତମ ମିନିଟ୍‌ରେ ନବନୀତ କୌର ଗୋଲ୍‌ କରିବାରୁ ବ୍ୟବଧାନ ୨-୦କୁ ବୃଦ୍ଧି ପାଇଥିଲା । ଏହାପରେ ଭାରତୀୟ ଖେଳାଳି ଗୋଲ୍‌ସ୍କୋରର ଭଲ ସୁଯୋଗ ପାଇଥିଲେ ମଧ୍ୟ ଏହାର ଫାଇଦା ଉଠାଇ ପାରିନଥିଲେ ।

କମନ୍‌େୱଲ୍‌ଥ ଗେମ୍‌ସ: ସେମିରେ ଭାରତୀୟ ମହିଳା ହକି

ମ୍ୟାଚ୍‌ର ୨୩ତମ ମିନିଟ୍‌ରେ କାନାଡାର ବି ଷ୍ଟାର୍ସ ଗୋଲ୍‌ସ୍କୋର କରି ମ୍ୟାଚ୍‌ରେ ରୋମାଞ୍ଚ ଭରି ଦେଇଥିଲେ । ତୃତୀୟ କ୍ୱାର୍ଟରରେ କାନାଡାର ହାନା ହାଉଗନ ଗୋ୍‌ଲକିପର ସବିତା ପୁନିଆଙ୍କ ବାମ ପାଶ୍ୱର୍ରେ ଏକ ଗୋଲ୍‌ କରିଥିଲେ । ଫଳରେ ତୃତୀୟ କ୍ୱାର୍ଟର ଶେଷ ବେଳକୁ ସ୍ଥିତି ୨-୨ରେ ବରାବର ହୋଇଥିଲା । ତୃତୀୟ କ୍ୱାର୍ଟରରେ ମଧ୍ୟ ଭାରତ ଏକାଧିକ ପେନାଲଫି କର୍ଣ୍ଣରକୁ ହାତ ଛଡା କରିଥିଲା ।

କମନ୍‌େୱଲ୍‌ଥ ଗେମ୍‌ସ: ସେମିରେ ଭାରତୀୟ ମହିଳା ହକି

ମ୍ୟାଚର ଚତୁର୍ଥ କ୍ୱାର୍ଟର ନିର୍ଣ୍ଣାୟକ ଥିଲା । ଭାରତୀୟ ଖେଳାଳି ଘନ ଘନ ଆକ୍ରମଣ କରିବାରୁ ୫୧ତମ ମିନିଟ୍‌ରେ ଏହାର ଫାଇଦା ମିଳିଥିଲା । ପେନାଲଫି କର୍ଣ୍ଣରକୁ ଲାଲ ରେମସିଆମି ଗୋଲ୍‌ରେ ପରିଣତ କରି ଦଳକୁ ୩-୨ରେ ଅଗ୍ରଣୀ କରିଥିଲେ । ଶେଷ ପର୍ଯ୍ୟନ୍ତ କାନାଡା ଗୋଲ୍‌ ପରିଷଦ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲା । ତେଣୁ ଭାରତୀୟ ମହିଳା ଦଳ ୩-୨ରେ ମ୍ୟାଚ ଜିତି ଗ୍ରୁପ୍‌ ଏ’ରୁ ଦ୍ୱିତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି ।

Launching Ceremony of “AYUSHMAN BHARAT

Comments are closed.