ଭୁବନେଶ୍ୱର : କମିଶନରେଟ ପୋଲିସ ହାତରେ ଧରାପଡ଼ିଲେ ମୋ ବସ ଲୁଟେରା ଗ୍ୟାଙ୍ଗ ର ୭ ସଦସ୍ୟ I ସେମାନଙ୍କ ନିକଟରୁ ୫୭ ହଜାର ଟଙ୍କା ଓ ୯ଟି ଫୋନକୁ ଜବତ କରିଛି ପୋଲିସ । ମୋ ବସ୍ରେ ଯାଉଥିବା ଲୋକଙ୍କୁ ଟାର୍ଗେଟ କରୁଥିଲେ ଏହି ଗ୍ୟାଙ୍ଗ । ଯାତ୍ରୀ ଭାବେ ମୋ ବସ୍ରେ ଚଢ଼ି ଲୁଟୁଥିଲେ ଲୁଟେରା ନିକଟରେ ନୟାପଲ୍ଲୀ ଥାନାରେ ମଧ୍ୟ ଏନେଇ ଅଭିଯୋଗ ହୋଇଥିଲା । ଲୁଟର ଶିକାର ହୋଇଥିବା ୩ଜଣ ଲୋକଙ୍କୁ ପୋଲିସ ଏହି ଟଙ୍କା ଫେରାଇଛି ।
ଏହି ଗ୍ୟାଙ୍ଗର ସଦସ୍ୟଙ୍କ ନାଁରେ ପୂର୍ବରୁ ମଧ୍ୟ ଅନେକ ମାମଲା ରହିଛି । ମୋ ବସ ଗୁଡିକରେ ଅତ୍ୟଧିକ ଭିଡ଼ ହେଉଥିବାରୁ ଏହି ସଦସ୍ୟମାନେ ଠେଲି ପେଲି ଭିଡ଼ ମଧ୍ୟରେ ଉଠନ୍ତି ଏହାପରେ ସମୟ ସୁବିଧା ଦେଖି ଲୋକଙ୍କୁ ଲୁଟନ୍ତି । ଏହିପରି ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରୁ ଲୁଟ୍ କରୁଥିଲେ ଏମାନେ । ଆଜି ଧରାପଡ଼ିଥିବା ଲୁଟେରାଙ୍କ ଘର କଟକ, ଢେଙ୍କାନାଳ ଓ ପୁରୀ ଜିଲ୍ଲାରେ ବୋଲି ଜଣ ପଡିଛି । ଏନେଇ ପ୍ରେସ୍ମିଟରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ।

Comments are closed.