ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେଲା ୨୦୨୩-୨୪ ପାଇଁ ଆର୍ଥିକ ବର୍ଷର ପ୍ରଥମ ଦିନ। । ଆଜିଠାରୁ କମିଛି କମର୍ସିଆଲ ଗ୍ୟାସ୍ର ଦାମ । ତେବେ ଏହି ଦର କେବଳ ବ୍ୟବସାୟିକ ଗ୍ୟାସ କ୍ଷେତ୍ରରେ ଲାଗୁ ହୋଇଛି I ଘରୋଇ ରନ୍ଧନ ଗ୍ୟାସ୍ ଉପଭୋକ୍ତାଙ୍କ ପାଇଁ ଦର ଅପରିବର୍ତ୍ତିତ ରହିଛି । ଗତମାସରେ ୧୪.୨ କେଜି ଗ୍ୟାସ ସିଲିଣ୍ଡରର ଦାମ ଯେତିକି ଥିଲା, ଆଜି ମଧ୍ୟ ସେତିକି ରହିଛନ୍ତି। ଗତ ମାସରେ କେନ୍ଦ୍ର ସରକାର ଘରୋଇ ରନ୍ଧନ ଗ୍ୟାସର ଦାମ ୫୦ ଟଙ୍କା ବୃଦ୍ଧି କରିଥିଲେ।
ଆଜି ଠାରୁ ସରକାର କମର୍ସିଆଲ ଗ୍ୟାସ ଦାମକୁ ହ୍ରାସ କରିଛନ୍ତି। ୧୯ କିଲୋଗ୍ରାମ କମର୍ସିଆଲ ଗ୍ୟାସ ସିଲିଣ୍ଡରର ମୂଲ୍ୟ ଆଜି ୯୨ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରାଯାଇଛି। ବର୍ତ୍ତମାନ ୧୯ କେଜି ବିଶିଷ୍ଟ ଏଲପିଜି ସିଲିଣ୍ଡର ଦର ଦିଲ୍ଲୀରେ ୨୦୨୮ ଟଙ୍କା, କୋଲକାତାରେ ୨ ହଜାର ୧୩୨ ଟଙ୍କା, ମୁମ୍ବାଇରେ ୧ ହଜାର ୯୮୦ ଟଙ୍କା, ଚନ୍ନାଇରେ ୨ହଜାର ୧୯୨ ଟଙ୍କା ରହିଛି । ବର୍ତ୍ତମାନ ବିବାହ ଋତୁ ଚାଲିଥିବାବେଳେ, ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦାମ୍ ହ୍ରାସ ରେସ୍ତୋରାଁ, ହୋଟେଲ ଆଦି ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକୁ କିଛି ମାତ୍ରାରେ ଆଶ୍ବସ୍ତି ଦେଇଛି ।

Comments are closed.