କମିଲା ବାଣିଜ୍ୟିକ ଗ୍ୟାସ୍ ଦର

ନୂଆଦିଲ୍ଲୀ: ମାସ ଆରମ୍ଭରୁ ଶସ୍ତା ହେଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡର । ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୫୮.୫୦ ଟଙ୍କା ହ୍ରାସ ହୋଇଛି। ଯାହା ଆଜିଠାରୁ ଲାଗୁ ହୋଇଛି । ତେବେ ୧୪.୨ କି.ଗ୍ରା ଘରୋଇ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ଏହି ଡ୍ର ହ୍ରାସ ପରେ ଆଜି ନୂଆଦିଲ୍ଲୀରେ ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ଖୁଚୁରା ବିକ୍ରୟ ମୂଲ୍ୟ ୧୭୬୨ ଟଙ୍କା ରହିଛି । ପୂର୍ବରୁ, ଫେବୃଆରୀ ୧ ତାରିଖରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୭ ଟଙ୍କା ହ୍ରାସ କରାଯାଇଥିଲା।

ସେହିପରି କୋଲକାତାରେ ୧୮୨୬ ଟଙ୍କା ପରିବର୍ତ୍ତେ ୧୭୬୯ ଟଙ୍କା, ମୁମ୍ବାଇରେ ୧୬୭୪.୫୦ ଟଙ୍କା ପରିବର୍ତ୍ତେ ୧୬୧୬ ଟଙ୍କା, ଚେନ୍ନାଇରେ ୧୮୨୩.୫୦ ଟଙ୍କା ପରିବର୍ତ୍ତେ ୧୮୮୧ ଟଙ୍କା ଏବଂ ଦିଲ୍ଲୀରେ ସଂଶୋଧିତ ଖୁଚୁରା ବିକ୍ରୟ ମୂଲ୍ୟ ଏବେ ପ୍ରତି ସିଲିଣ୍ଡର ୧,୬୬୫ ଟଙ୍କା ରହିଛି ।

ଏହି ସମୟରେ, ତୈଳ କମ୍ପାନୀଗୁଡ଼ିକ ବିଶ୍ୱବ୍ୟାପୀ ଅଶୋଧିତ ତୈଳ ଦରରେ ପରିବର୍ତ୍ତନ କରି ଏଲପିଜି ମୂଲ୍ୟ ହ୍ରାସ କରିଛନ୍ତି । ଡିସେମ୍ବରରେ, ତୈଳ କମ୍ପାନୀଗୁଡ଼ିକ ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୬୨ ଟଙ୍କା ବୃଦ୍ଧି କରିଥିଲେ

Launching Ceremony of “AYUSHMAN BHARAT

Comments are closed.