ଲାଞ୍ଚ ନେଇ ଧରାପଡ଼ିଲେ କଲେଜ ଅଧ୍ୟକ୍ଷ

କଳାହାଣ୍ଡି : ଭିଜିଲାନ୍ସ ଜାଲରେ କଲେଜ ଅଧ୍ୟକ୍ଷ । ଜଣେ ଅଭିଭାବକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଛନ୍ତି। କଳାହାଣ୍ଡି ଜିଲ୍ଲା ଟି. ରାମପୁର ଗୋପାଳପୁର ଏସଏସଡି ବାଳିକା ଉଚ୍ଚବିଦ୍ୟାଳୟର ଅଧ୍ୟକ୍ଷ ନବୀନ ସାହୁଙ୍କୁ ଧରିଛି ଭିଜିଲାନ୍ସ । ସୁମିତ୍ରା ନାଏକ ନାମ୍ନୀ ଜଣେ ମହିଳାଙ୍କ ଝିଅକୁ +୨ ପ୍ରଥମବର୍ଷ ନାମ ଲେଖାଇବା ପାଇଁ ନବୀନ ସାହୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ସମ୍ପୃକ୍ତ ମହିଳା କଳାହାଣ୍ଡି ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଆଜି ନବୀନ ସାହୁ ଉକ୍ତ ମହିଳାଙ୍କ ଠାରୁ ଲାଞ୍ଚ ନେଉଥିବାବେଳେ ଯୋଜନାମୂତାବକ ଭିଜିଲାନ୍ସ ଡିଏସପି ପ୍ରଦୀପ କୁମାର ଆଇନ୍ଦଙ୍କ ନେତୃତ୍ୱରେ ଏକ ଦଳ ତାଙ୍କୁ କାବୁ କରିଥିଲେ । ଅଧିକାରୀମାନେ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଛନ୍ତି । ଏହା ସହିତ ପ୍ରଧାନଶିକ୍ଷକଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛନ୍ତି । ସ୍କୁଲରେ ଥିବା ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ, ସରକାରୀ ବାସଭବନ ଏବଂ ମେଦିନିପୁର ଗାଁରେ ଥିବା ତାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି।

Govt

Comments are closed.