ଦିଲ୍ଲୀରେ ହାଡ଼ ଭଙ୍ଗା ଜାଡ

ନୂଆଦିଲ୍ଲୀ : ହାଡ଼ ଭଙ୍ଗା ଜାଡରେ ଥରୁଛି ରାଜଧାନୀ ନୂଆଦିଲ୍ଲୀ I କୁହୁଡି ସାଙ୍ଗକୁ କୋହଲା ପାଗରେ ଅସ୍ତବ୍ୟସ୍ତ ରାଜଧାନୀ ବାସୀ I ସେହିପରି ଆଜି ଦିଲ୍ଲୀରେ ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରା ୧.୪ ରେକର୍ଡ କରାଯାଇଛି। ଞ୍ଜାବ, ହରିୟାଣ. ଚଣ୍ଡିଗଡ଼, ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନର କିଛି ସ୍ଥାନରେ ମଧ୍ୟ ପ୍ରବଳ ଥଣ୍ଡା ଅନୁଭୁତ ହେଉଛି। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର(ଆଇଏମଡି)ପକ୍ଷରୁ ମିଳିଥିବା ସୂଚନା ମୁତାବକ ପଶ୍ଚିମା ଝଡ଼ ପ୍ରବାବରେ ୧୮ ଜାନୁଆରୀରୁ ୨୦ ଜାନୁଆରୀ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ଧିରେ ଧିରେ ୩ରୁ ୫ ଡିଗ୍ରୀ ସେଲସିୟସ୍ ଯାଏଁ ବଢିବ। ଗତ ଜାନୁଆରୀ ୫ରୁ ୯ ତାରିଖ ଯାଏଁ ଦିଲ୍ଲୀରେ ଶୀତ ରେକର୍ଡ ଛୁଇଁଥିଲା। ଦଶନ୍ଧି ଭିତରେ ଦ୍ୱିତୀୟ ଥର ପାଇଁ ଜାନୁଆରୀ ମାସରେ ୫ ଦିନ ଶୀତର ଲହରି ଜାରି ରହିଥିଲ ଜାତୀୟ ରାଜଧାନୀରେ।

ତେବେ ଆଜିଠୁ ପୁଣି ଦିଲ୍ଲୀ-ଏନ୍ସିଆର୍ ଅଞ୍ଚଳରେ ତାପମାତ୍ରା କମିବ ବୋଲି ଆଶଙ୍କା କରାଯାଉଛି। କିଛି ସ୍ଥାନରେ ପାରଦ ୩ ଡିଗ୍ରୀକୁ ଖସିଯିବ। ଏଥିସହ ଆଗାମୀ ୫ ଦିନ ପାଇଁ ଦିଲ୍ଲୀ, ଉତ୍ତରପ୍ରଦେଶ, ପଞ୍ଜାବ ଓ ହରିୟାଣାରେ ରାତିରେ ଓ ଭୋରୁ ଘନ କୁହୁଡ଼ି ହେବ ବୋଲି ପୂର୍ବାନୁମାନ କରାଯାଇଛି। ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଉତ୍ତର ରାଜସ୍ଥାନ , ଉତ୍ତର ଉତ୍ତରପ୍ରଦେଶ ,ଏବଂ ସିକ୍କିମ୍, ପଶ୍ଚିମବଙ୍ଗ, ଓଡିଶା, ଆସାମ, ମେଘାଳୟ ଉପରେ ରାତି ଏବଂ ସକାଳ ସମୟରେ ଘନ କୁହୁଡ଼ି ସମ୍ଭାବନା ରହିଛି I ସେହିପରି ଆଗାମୀ ୫ ଦିନ ପାଇଁ ସିକ୍କିମ୍ ରେ ଘନ କୁହୁଡିର ଆସ୍ତରଣ ରହିବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ସ୍ପଷ୍ଟ କରିଛି I

Govt

Comments are closed.