ସାମଗ୍ରୀ – ଏକ କପ ନଡିଆ କୋରା, ଅଧା କପ୍ ଖୀର, ଅଧା କପ୍ ମିଲ୍କମେଡ୍, ୩ରୁ ୪ଟି ଗୁଜୁରାତି, ଏକ ଚାମଚ ଚିନି, ୨ରୁ ୩ ଚାମଚ ଘିଅ, ଅଳ୍ପ ପରିମାଣ କେଶର, ୮ରୁ ୧୦ଟି କାଜୁ ।
ପ୍ରଣାଳୀ- ପ୍ରଥମେ ଖୀରକୁ ଗରମ କରିନିଅନ୍ତୁ । ଏକ ପାତ୍ରରେ କୋରା ନଡିଆ ନିଅନ୍ତୁ ଏଥିରେ ଉଷୁମ ଖୀରକୁ ପକାଇ ଗୋଳାନ୍ତୁ । ଏହି ମିଶ୍ରଣକୁ ଏକ ଘଣ୍ଟା ପାଇଁ ଅଲଗା ରଖନ୍ତୁ । ଏକ ପ୍ୟାନ୍ରେ ଘିଅ ଗରମ କରନ୍ତୁ । ଏଥିରେ ନଡିଆ ଓ ଖୀରର ମିଶ୍ରଣକୁ ପକାଇ ୨ରୁ ୩ ମିନିଟ୍ ପର୍ଯ୍ୟନ୍ତ ଭାଜନ୍ତୁ । ବର୍ତ୍ତମାନ ଏଥିରେ ମିáମେଡ୍ ମିଶାନ୍ତୁ ଏବଂ ଫୁଟାନ୍ତୁ । ଏହାପରେ ଏଥିରେ ଚିନି ଓ ଗୁଜୁରାତି ଗୁଣ୍ଡ ପକାନ୍ତୁ । ମିଶ୍ରଣ ବହଳା ହେବା ଯାଏଁ ଫୁଟାନ୍ତୁ ।
ଚାରିପଟୁ ଘିଅ ଛାଡିବାକୁ ଲାଗିଲେ ଆଞ୍ଚ ବନ୍ଦ କରିନିଅନ୍ତୁ, ଏହାକୁ ଅତି କମରେ ୧୫ରୁ ୨୦ ମିନିଟ ଲାଗିଥାଏ ପ୍ରସ୍ତୁତ ହେବାକୁ । ଏହାପରେ ମିଶ୍ରଣକୁ ଏକ ଘିଅ ଲଗା ଥାଳିରେ କାଢି ନିଅନ୍ତୁ । ପୁରା ପୁରି ଥଣ୍ଡା କରନ୍ତୁ । ଏହାଉପରେ କାଜୁ ଓ କେଶର ପକାନ୍ତୁ । ଏହାକୁ ଭିନ୍ନ ଆକାରରେ କାଟି ନିଅନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ନଡିଆ ବରଫି । ଏହାକୁ ଫ୍ରିଜ୍ରେ ରଖି ମଧ୍ୟ ବ୍ୟବହାର କରିହେବ ।

Comments are closed.