ନବୀନଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର : ଆଜି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଶୁଭ ଜନ୍ମଦିନ । ୭୯ ବର୍ଷ ପୁରି ୮୦ ବର୍ଷରେ ପାଦ ଥାପିଛନ୍ତି ନବୀନ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଫୋନ କରି ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଦୀର୍ଘ ନିରାମୟ ଜୀବନ ପାଇଁ ମହାପ୍ରଭୁଙ୍କ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ମୋହନ ।

୧୯୪୬ ମସିହା ଅକ୍ଟୋବର ୧୬ ତାରିଖରେ ବାପା ବିଜୟାନନ୍ଦ ଏବଂ ମା’ ଜ୍ଞାନ ପଟ୍ଟନାୟକଙ୍କ କୋଳରେ ଜନ୍ମ ଗ୍ରହଣ କରିଥିଲେ ନବୀନ । ୧୯୯୭ରେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଲୋକସଭା ନିର୍ବାଚନ ଲଢ଼ିଥିଲେ । ପରବର୍ତ୍ତୀ ସମୟରେ ବିଜେଡି ଗଠନ ପରେ ସେ ସଭାପତି ହେଲେ । ନିଜର ନିଆରା ଓ ଭିନ୍ନ ରାଜନୀତି ପାଇଁ ସବୁବେଳେ ଚର୍ଚ୍ଚାରେ ଥିବା ନବୀନ ଏଥର ନିଜ ଜନ୍ମଦିନକୁ ଭିନ୍ନ ଢ଼ଙ୍ଗରେ ପାଳନ କରିବେ । ଏହି ଅବସରରେ ତାଙ୍କୁ ଚାରିଆଡୁ ଛୁଟିଛି ଶୁଭେଚ୍ଛାର ସୁଅ ।

୨୦୦୦ ମସିହାରେ ବିଜେଡି-ବିଜେପି ମେଣ୍ଟ ଶାସନକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ । ଲମ୍ବା ସମୟ ଧରି ମୁଖ୍ୟମନ୍ତ୍ରୀ ରହିବାରେ ସେ ଦେଶରେ ଦ୍ବିତୀୟ ମୁଖ୍ୟମନ୍ତ୍ରୀ ଦୀର୍ଘ ୨୪ ବର୍ଷ ଧରି ନିରବଚ୍ଛିନ୍ନ ଶାସନ କାଳ ମଧ୍ୟରେ ନବୀନ ପଟ୍ଟନାୟକ ବହୁ ଲୋକାଭିମୁଖୀ କାର୍ଯ୍ୟ ସହିତ ବହୁ ରେକର୍ଡ ଭାଙ୍ଗିଛନ୍ତି । ସେ କେବଳ ୫ ପାଳିର ମୁଖ୍ୟମନ୍ତ୍ରୀ ଭାବେ ନୁହଁ, ନିଜର ସରଳତା ଓ ନିରଳସ ଜୀବନ ଯାପନ ପାଇଁ ଜାତୀୟ ରାଜନୀତିରେ ଭିନ୍ନ ପରିଚୟ ସୃଷ୍ଟି କରିପାରିଛନ୍ତି ।

ଆଜି ବିଜେଡି ସୁପ୍ରିମୋଙ୍କ ଜନ୍ମ ଦିନ ଅବସରରେ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ କରିବ ଦଳ । ଏକାମ୍ର ନିର୍ବାଚନମଣ୍ଡଳୀ ଗଙ୍ଗନଗରରେ ଥିବା ବିଜୁ ଆଦର୍ଶ କଲୋନୀରୁ ବାହାରିବ ପଦଯାତ୍ରା । ଏଥିରେ ଯୋଗ ଦେଇ କର୍ମୀମାନଙ୍କୁ ଉତ୍ସାହିତ କରିବେ ନବୀନ । ସେଠାରେ ପିଲାଙ୍କ ସହ ସମୟ ବିତାଇବା ସହ ମିଷ୍ଟାନ ବଣ୍ଟନ କରିବେ ନବୀନ । ଏହା ପରେ ନବୀନ ଏସଓଏସ ଭିଲେଜ ଯିବେ । ସେଠି ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରିବେ। ନବୀନଙ୍କୁ ସ୍ଵାଗତ କରିବାକୁ ମଙ୍ଗଳା ବସ୍ତି ବାସିନ୍ଦା ନିଜ ଘର ସାମ୍ନାରେ କଳସ ମୁରୁଜ ବସେଇଛନ୍ତି। ଆଜି ସାରା ରାଜ୍ୟରେ ବିଜେଡି ପକ୍ଷରୁ ନିରାଡ଼ମ୍ବର ଭାବେ ପାଳନ ହେଉଛି ନବୀନଙ୍କ ଜନ୍ମଦିନ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.