ଭୁବନେଶ୍ୱର: ନୂଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମଧ୍ୟ ଦିଲ୍ଲୀ ଗସ୍ତରେ ଯିବେ । ଆଜି ରାତିରେ ଦିଲ୍ଲୀ ଗସ୍ତ କରିବା ନେଇ ରହିଛି ସୂଚନା। ସେଠାରେ ବହୁ ଗୁରୁତ୍ତ୍ୱପୂର୍ଣ୍ଣ ଆଲୋଚନା ହବାର ସମ୍ଭାବନା ରହିଛି । ଉଭୟ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟି ଆଲୋଚନା କରିପାରନ୍ତି । ରାଜ୍ୟ କମିଟି ଗଠନ, ବୋର୍ଡ ନିଗମ ନିଯୁକ୍ତି ନେଇ ଆଲୋଚନା ହେବ ନେଇ ସୂଚନା ରହିଛି ।