କମିଶନରେଟ ପୋଲିସକୁ ମିଳିବ ପ୍ରୋତ୍ସାହନ ରାଶି

ସମୟ ଲାଇଭ,୨୮/୧୦ :ରାଜ୍ୟର ୫୮୭ ପୋଲିସ ଷ୍ଟେସନ ପାଇଁ ୧୭.୫ କୋଟି ଟଙ୍କାର ସହାୟତା ରାଶି। ତାହା ସହିତ ଟ୍ୱିନସିଟିର ସବୁ ଥାନାକୁ ଏଣିକି ପ୍ରତିମାସ ମିଳିବ ୪୦ ହଜର ଟଙ୍କା। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୭.୫ କୋଟ ଟଙ୍କାର କଣ୍ଟିଜେନ୍ସି ଫଣ୍ଡ ଦେଇଛନ୍ତି। ଯାହାକୁ ପ୍ରେତ୍ସାହନ ରାଶି ମଧ୍ୟ କୁୂହାଯାଉଛି। ଥାନାରେ ସାଧାଣଣ ଲୋକଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଏହି ଫଣ୍ଡ ସହାୟକ ହେବ ବୋଲି କୁହାଯାଇଛି। ସାଧାରଣ ଲୋକଙ୍କୁ ଦକ୍ଷତାର ସହ ଉନ୍ନତ ମାନର ସୁବିଧା ଯୋଗାଇ ଦେବାକୁ ଏହି ଅର୍ଥରାଶି ଘୋଷୋଣା କରାଯାଇଛି। କଟକ ଭରବଙ୍କନଶ୍ୱରେ ଥିବା ୪୪ଟି ଥାନାକୁ ପ୍ରତିମାସ ୪୦ ହଜାର ଲେଖାଁଏ ଓ ୩୫୧ ଟି ଥାନାକୁ ୨୦ ହଜାର ଲେଖାଁଏ ଯୋଗାଇ ଦିଆଯିବ। ଯାହାଦ୍ୱାରା ଲୋକମାନେ ଅଧିକ ମାତ୍ରାରେ ସୁବିଧା ସୁଯୋଗ ପାଇପାରିବେ। ସେହିପରି ମହିଳା ଟ୍ରାଫିକ ଥାନାକୁ ୨୦ ହଜରା ଓ ସାମୁଦ୍ରିକ ଥାନକୁ ୩ହ ହଜାର ଲେଖାଁଏ ପ୍ରୋତ୍ସାହନ ରାଶି ଦିଆଯିବ। ସାଧାରଣ ଲୋକଙ୍କୁ ଉନ୍ନତ ମାନର ସୁରକ୍ଷଶ ବ୍ୟବସ୍ଥା ଦେବାକୁ ଏହି ରାଶି ସହାୟକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Launching Ceremony of “AYUSHMAN BHARAT

Comments are closed.