ଲାଞ୍ଚନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କିରାଣୀ

କେନ୍ଦୁଝର : ଭିଜିଲାନ୍ସ ହାତରେ ଧରାପଡ଼ିଲେ କିରାଣୀ । କେନ୍ଦୁଝର ଚମ୍ପୁଆ ସ୍ଥିତ ନିକଲସନ ଫରେଷ୍ଟ ଟ୍ରେନିଂ ସ୍କୁଲର କିରାଣୀ ରୂପଚାନ୍ଦ ନାଏକଙ୍କୁ ଧରିଛି ଭିଜିଲାନ୍ସ । ଜଣେ ହିତାଧିକାରୀଙ୍କର ଏରିଅର ଓ ପେନସନ କରାଇଦେବାକୁ ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ତେବେ କିରାଣୀ ରୂପଚାନ୍ଦ ୭୦ ହଜାର ଟଙ୍କା ଲାଞ୍ଚ ମାଗିଥିବାବେଳେ ୩୦ ହଜାରରେ କଥା ଛିଣ୍ଡିଥିଲା । ଏହାକୁ ନେଇ ହିତାଧିକାରୀ ଜଣଙ୍କ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଯୋଜନା ମୁତାବକ ବୁଧବାର କିରାଣି ରୂପଚାନ୍ଦ ନାଏକ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ କେନ୍ଦୁଝର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।

Launching Ceremony of “AYUSHMAN BHARAT

Comments are closed.