ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ଲିନ ଚିଟ, ମାମଲାରୁ ଓହରିଲେ ୩ ଏତଲାକାରି

ଭୁବନେଶ୍ୱର : ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଶ୍ବସ୍ତି । ତାଙ୍କ ବିରୋଧରେ ହୋଇଥିବା ଚାକିରି ଠକେଇ ମାମଲାରେ ୩ ଏତଲାକାରୀ ଓହରିଯାଇଛନ୍ତି । ଆଜି ବ୍ରହ୍ମପୁର ଜେଏମଏଫସି କୋର୍ଟରେ ନିଜ ଏତଲା ଉଠାଇ ନେବା ସହ ପ୍ରଦୀପଙ୍କୁ ଦେଇଛନ୍ତି କ୍ଲିନ ଚିଟ। ପୂର୍ବରୁ ଆଉ ୨ ଜଣ ଏତଲାକାରୀ ଲକ୍ଷ୍ମୀଧର ନାୟକ ଓ ପ୍ରଭାତ କୁମାର ନାୟକ କହିଥିଲେ ପ୍ରଦୀପଙ୍କୁ କୌଣସି ପ୍ରକାର ଅର୍ଥ ନେଣଦେଣ ହୋଇନି । ଅର୍ଥାତ ସମସ୍ତ ୫ ଅଭିଯୋଗକାରୀ ଏବେ ଏହି ମାମଲାରୁ ଓହରି ଯାଇଛନ୍ତି ।

୨୦୨୦ ମସିହାରେ ତକ୍ରାଳୀନ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ୫ ଜଣ ବ୍ୟକ୍ତି ଠକେଇ ଅଭିଯୋଗ ଆଣିଥିଲେ । ଟାଟା ମୋଟର୍ସରେ ଚାକିରି କରାଇଦେବା ନାଁରେ ପ୍ରଦୀପ ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା । କିନ୍ତୁ ଆଜି ୩ ଜଣ ଅଭିଯୋଗକାରୀ ସେମାନଙ୍କ ଅଭିଯୋଗ ଫେରାଇ ନେଇଛନ୍ତି । ଏହି ଅଭିଯୋଗକାରୀ କହିଛନ୍ତି, ପ୍ରଦୀପଙ୍କ ବିରୋଧରେ ଏତଲା ଦେବାକୁ ସେମାନଙ୍କୁ ବାଧ୍ୟ କରାଯାଇଥିଲା । ଏହା ପୂର୍ବରୁ ଗତ ୧୦ ତାରିଖରେ ୨ ଜଣ ଅଭିଯୋଗକାରୀ ସେମାନଙ୍କୁ ବିଜେଡି ଓ ପ୍ରଶାସନର ଚାପ ଯୋଗୁଁ ଏଭଳି ଏତଲା ଦେଇଥିଲେ ବୋଲି ମାଜିଷ୍ଟ୍ରେଟଙ୍କ ଆଗରେ କହିଥିବା ପ୍ରଦୀପଙ୍କ ଓକିଲ କହିଥିଲେ।

ସୂଚନାନୁସାରେ,କରୋନା ସମୟରେ ପ୍ରଦୀପଙ୍କ ବିରୋଧରେ ଅଭିଯୋଗ ଆସିଥିଲା କି, ତାଙ୍କ ଭାବି ଜ୍ୱାଇଁ ଆକାଶ ପାଠକଙ୍କ ସହାୟତାରେ ସେ ଟାଟା କମ୍ପାନୀରେ ଚାକିରି କରାଇଦେବାକୁ କହି ଟଙ୍କା ନେଇଥିଲେ । ଏହି ଏତଲା ଆସିବା ଆଗରୁ ହିଁ ପ୍ରଦୀପଙ୍କୁ ଦଳର ସଭାପତି ତାଙ୍କ ଜନବିରୋଧୀ କାମ କରିବା ଅଭିଯୋଗରେ ଦଳରୁ ବହିଷ୍କୃତ କରିଦେଇଥିଲେ । ଏହା ପରେ ପ୍ରଦୀପଙ୍କୁ ଗିରଫ କରି ଜେଲ ପଠାଇ ଦିଆଯାଇଥିଲା । ଏହି ମିଛ ମାମଲାରେ ପ୍ରଦୀପ ୧୦ ମାସ ଜେଲରେ ରହିଥିଲେ ମଧ୍ୟ । ସେହି ସମୟରେ ପ୍ରଦୀପ ମଧ୍ୟ ବାରମ୍ବାର କହିଥିଲେ, ସେ ସେମିତି କିଛି କରି ନାହାନ୍ତି ।

ଏବେ ପ୍ରଦୀପଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଗୋଟିଏ ପରେ ଗୋଟିଏ ଉଠାଇନେବା ପରେ ପ୍ରଦୀପ କହୁଥିବା ସତ ବୋଲି ଜଣାପଡୁଛି । ତକ୍ରାଳୀନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା କ୍ଷମତା କେନ୍ଦ୍ର କୁହାଯାଉଥିବା ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କ ସହ ପ୍ରଦୀପଙ୍କର ନ ପଡିବାରୁ ତଥା ପ୍ରଦୀପ ସରକାରରେ ହେଉଥିବା ଦୁର୍ନୀତି ବିରୋଧରେ ମୁହଁ ଖୋଲିବାରୁ ତାଙ୍କ ବିରୋଧରେ ଷଡଯନ୍ତ୍ର ହୋଇଥିବା ନେଇ ଅଭିଯୋଗ ଆଣିଥିଲେ ପ୍ରଦୀପ ।

Launching Ceremony of “AYUSHMAN BHARAT

Comments are closed.