ଆଜିକାଲି ଫିଲଫର , ଫ୍ରିଜ୍ ଓ ବୋତଲ ପାଣି ମାଠିଆର ସ୍ଥାନ ନେଇଛି । ଫଳରେ ମାଠିଆର ଆଉ ଆଦର ନାହିଁ । ହେଲେ ବାସ୍ତୁ ଅନୁସାରେ, ଘରେ ପାଣି ମାଠିଆ ରହିଲେ ଘରେ ଥିବା ସମସ୍ତ ନକରାତ୍ମକ ଶକ୍ତି ଶେଷ ହୋଇଥାଏ ଓ ବଡ଼ ବଡ଼ ବିପଦ ଟଳିଥାଏ । ଏହାଛଡ଼ା ପାଣି ମାଠିଆ ଘରେ ରହିଲେ ପରିବାର ଲୋକଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆସେ ।
– ଉତ୍ତର ଦିଗରେ ଭଗବାନ କୁବୋର ଓ ବରୁଣ (ଜଳ ଦେବତା) ଦେବଙ୍କ ବାସ ଥାଏ ବୋଲି ବାସ୍ତୁରେ ରହିଛି । ସେହି ଦିଗରେ ପାଣି ମାଠିଆ ରଖିଲେ, ଘରେ ଧନ ବୃଦ୍ଧି ହୁଏ ଓ ମନରେ ସକରାତ୍ମକ ଭାବ ଜାଗ୍ରତ ହୁଏ ।
-ଲମ୍ବା ପାଣି ମାଠିଆ ବା ସୁରେଇ ଘରେ ରଖିଲେ, ପରିବାର ସଦସ୍ୟଙ୍କ ମଧ୍ୟରେ ସମ୍ପର୍କ ଦୃଢ଼ ହୁଏ ।
-ବାସ୍ତୁ ଅନୁସାରେ, ପ୍ରତ୍ୟେକ ଦିନ ମାଠିଆକୁ ସଫା କରି ତା’ ମଧ୍ୟରେ ପାଣି ଭରନ୍ତୁ ଏବଂ ସକାଳୁ ପିଲାମାନଙ୍କୁ ମାଠିଆ ପାଣି ପିଇବାକୁ ଦିଅନ୍ତୁ । ଏହିପରି କଲେ ମାନସମ୍ମାନ ବୃଦ୍ଧି ହେବା ସହିତ ପିତୃପୁରୁଷଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏ ।
-ପାଣି ମାଠିଆ ବୁଧ ଓ ଚନ୍ଦ୍ରମାର ସ୍ଥିତି ନିୟନ୍ତ୍ରଣ କରେ । ଫଳରେ କୌଣସି ନକାରତ୍ମକ ପ୍ରଭାବ ଘରେ ରୁହେ ନାହିଁ ଓ ସମସ୍ତ କାର୍ଯ୍ୟ ମଙ୍ଗଳମୟ ହୁଏ ।
– ସର୍ବଦା ମନେ ରଖିବେ ଘରେ କେବେ ମଧ୍ୟ ଭଙ୍ଗା ମାଠିଆ କିମ୍ବା ଖାଲି ମାଠିଆ ରଖନ୍ତୁ ନାହିଁ । ଏହିପରି କଲେ ଧନହାନୀ ହୁଏ ବୋଲି ବାସ୍ତୁରେ ଉଲ୍ଳେଖ ରହିଛି ।
-ଚାକିରୀ ବା ବୃତ୍ତରେ ସମସ୍ୟା ଥିଲେ, ପାଣି ମାଠିଆ ପାଖରେ ଦୀପ କିମ୍ବା କର୍ପୂର ଜାଳନ୍ତୁ, ଏହିପରି କଲେ ସମସ୍ୟା ଦୂର ହୁଏ । ଏହାଛଡ଼ା ଛାତ ଉପରେ ପାଣି ମାଠିଆ ରଖିଲେ ମଧ୍ୟ ବୃତ୍ତିଗତ ସମସ୍ୟା ଦୂର ହୁଏ ।

Comments are closed.