କ୍ଲାସିକ୍‌ ଅଣ୍ଡା ସାଲାଡ୍‌

ସିଝା ଅଣ୍ଡା ଖାଇ ବେର୍‌ ହୋଇଗଲେଣି, ତେବେ ଆପଣ ଥରେ ଅଣ୍ଡା ସାଲଡ୍‌ ଟ୍ରାଏ କରନ୍ତୁ । ଦେଖିବେ ଏହା ଆପଣଙ୍କୁ ନିଶ୍ଚିନ୍ତ ଭଲ ଲାଗିବ । ଏହା ପ୍ରସ୍ତୁତ କରିବା ସହଜ ହେବା ସହ ପିଲାମାନଙ୍କୁ ପସନ୍ଦ ଆସିଥାଏ ।

ସାମଗ୍ରୀ : ୩ଟି ସିଝା ଅଣ୍ଡା, ଅଧା କପ୍‌ କଟାହୋଇଥିବା ପିଆଜ ପତ୍ର , ଅଧାକପ କଟା ଟମାଟୋ, ଅଧା କପ କଟା ପିଆଜ, ଦୁଇ ଚାମଚ ଦହି, ଏକ ଚାମଚ ମେଓନିଜ୍‌ , ଏକ ଚାମଚ ଲେମ୍ବୁ ରସ , ଅଧା ଚାମଚ ସୋରିଷ ପାଉଡର , ଅଧା ଚାମଚ ଚାଟ ମସଲା

ପ୍ରଣାଳୀ : ପ୍ରଥମେ ଅଣ୍ଡାକୁ ଛୋଟ ଛୋଟ ପିସ୍‌ରେ କାଟି ରଖନ୍ତୁ । ଗୋଟିଏ ପାତ୍ରରେ ଦହି, ମେଓନିଜ୍‌, ଲେମ୍ବୁ ରସ, ସୋରିଷ ପାଉଡର, ଲୁଣ ଗୋଳାନ୍ତୁ ।
କ୍ଲାସିକ୍‌ ଅଣ୍ଡା ସାଲାଡ୍‌
ଏହାପରେ ଏଥିରେ କଟା ଅଣ୍ଡା, ଚାଟ ମସଲା ମିଶାନ୍ତୁ । ଶେଷରେ ଏଥିରେ ପିଆଜ ପତ୍ର ପକାନ୍ତୁ ।
କ୍ଲାସିକ୍‌ ଅଣ୍ଡା ସାଲାଡ୍‌
ଏବେ ପ୍ରସ୍ତୁତ ହୋଇଗଲା କ୍ଲାସିକ୍‌ ଅଣ୍ଡା ସାଲାଡ । ଏହାକୁ ଆପଣ ଖାଲିରେ ଖାଇ ପାରିବା ସହିତ ପାଉଁରୁଟି , ବନ୍‌ କିମ୍ବା ରୁଟି ସହ ମଧ୍ୟ ଖାଇ ପାରିବେ ।

Govt

Comments are closed.