କପି ଚେକିଂକୁ ନେଇ ଦୁଇ ଗାଁ ମଧ୍ୟରେ ହାତାହାତି

ଆନନ୍ଦପୁର: ମାଟ୍ରିକ ପରୀକ୍ଷା କେନ୍ଦ୍ର ବାହାରେ ତୁମୁଳକାଣ୍ଡ। କପି ଚେକିଂ ପାଇଁ ସ୍କ୍ୱାର୍ଡ ଆସିବା ପରେ ଦୁଇ ଗାଁ ଭିତରେ ପିଟା ପିଟି ହୋଇଥିବା କୁହାଯାଉଛି । ଘସିପୁରା ଥାନା ଦେଓଗାଁସ୍ଥିତ ପରୀକ୍ଷା କେନ୍ଦ୍ର ବାହାରେ ହାତାହାତି ହୋଇଥିବା ସୂଚନା ମିଳିଛି। ବରିପାଳ ଓ ତରିମୁଳ ଗାଁ ଭିତରେ ଗଣ୍ଡଗୋଳ ହୋଇଛି। ଏହି ଗଣ୍ଡଗୋଳରେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। କପି ଚେକିଂ ପାଇଁ ସ୍କ୍ୱାର୍ଡ ଆସିବା ପରେ ଦୁଇ ଗାଁ ଭିତରେ ପିଟାପିଟି ହୋଇଥିଲା।

ଅପରପପକ୍ଷରେ ସମ୍ବଲପୁର ଜୋନରେ କପି କରୁଥିବାବେଳେ ୭ଜଣ ପରୀକ୍ଷାର୍ଥୀଙ୍କୁ ଏଆଇ କ୍ୟାମେରା ଧରିଛି। ସମ୍ବଲପୁର ଜୋନରେ ପ୍ରଥମ ଥର ପାଇଁ କପି କରୁଥିବା ୭ଜଣ ପରୀକ୍ଷାର୍ଥୀଙ୍କୁ ଏଆଇ କ୍ୟାମେରା ଧରିଛି। ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯାଇଛି ଏବଂ ଏଆଇ କ୍ୟାମେରା ପରୀକ୍ଷା କେନ୍ଦ୍ର ଉପରେ ନଜର ରଖିଛି। ଫଳରେ ୭ଜଣ ଜଣ ଛାତ୍ରଛାତ୍ରୀ କପି କରୁଥିବା ସମ୍ପର୍କରେ ବୋର୍ଡକୁ ସୂଚନା ଦେଇଛି। ସୂଚନା ମିଳିବା ପରେ ବୋର୍ଡ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସୂଚନା ମିଳିଛି।

Launching Ceremony of “AYUSHMAN BHARAT

Comments are closed.