ଭୁବନେଶ୍ୱର : ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳ ବିଜେଡି ଉପସଭାପତି ହୋଇଛନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଜାରି ହୋଇଥିବା ପ୍ରେସ ବିଜ୍ଞପ୍ତିରେ ଏହା ଉଲ୍ଲେଖ ରହିଛି । ଶ୍ରୀଯୁକ୍ତ ଚିରଞ୍ଜୀବ ବିଶ୍ୱାଳ ଜଣେ ଲୋକପ୍ରିୟ ଅଭିଜ୍ଞ ବିଧାୟକ ଭାବରେ ତିର୍ତ୍ତୋଲ ଏବଂ ଜଗତସିଂପୁର ଅଞ୍ଚଳରେ ଅନେକ ବିକାଶମୂଳକ କାର୍ଯ୍ୟ ସମ୍ପାଦନ କରିଛନ୍ତି । ତାଙ୍କ ସହିତ ବିଜୁ ଜନତା ଦଳ ପକ୍ଷରୁ ଅନ୍ୟ ୧୦ ଜଣ ବରିଷ୍ଠ ନେତାଙ୍କୁ ବିଭିନ୍ନ ସାଙ୍ଗଠନିକ ଦାୟିତ୍ୱ ଦିଆଯାଇଛି । ଏନେଇ ବିଜେଡି ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।
ଚିରଞ୍ଜୀବ ବିଶ୍ୱାଳ -ଉପସଭାପତି
ପୁଷ୍ପେନ୍ଦ୍ର ସିଂଦେଓ – ବରିଷ୍ଠ ସାଧାରଣ ସମ୍ପାଦକ
ଗଣେଶ୍ୱର ବେହେରା – ବରିଷ୍ଠ ସାଧାରଣ ସମ୍ପାଦକ
ସୁଧିର ଦାସ – ସାଧାରଣ ସମ୍ପାଦକ
ଲମ୍ବୋଦର ନିଆଲ – ସାଧାରଣ ସମ୍ପାଦକ
ଅଳକା ମହାନ୍ତି – ସାଧାରଣ ସମ୍ପାଦକ
ଈରାନୀ ରାୟ – ସାଧାରଣ ସମ୍ପାଦକ
ମନୋଜ ମିଶ୍ର – ସାଧାରଣ ସମ୍ପାଦକ
ରାଜେଶ ନିଗମ – ସମ୍ପାଦକ
ସନ୍ତୋଷ ପଟ୍ଟନାୟକ -ସମ୍ପାଦକ
ରାଜୁ ଘିବେଲା – ସମ୍ପାଦକ
