ଦିଲ୍ଲୀରେ ଛଦ୍ମବେଶୀ ଚୀନା ମହିଳା ଗିରଫ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ନେପାଳୀ ସନ୍ନ୍ୟାସିନୀ ଚଦ୍ମବେଶ ପକାଇ ବାସ କରୁଥିବା ଜଣେ ଚୀନା ମହିଳାଙ୍କୁ ଦିଲ୍ଲୀ ପୁଲିସର ସ୍ପେସାଲ୍‌ ସେଲ୍‌ ଦେଶ-ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗରେ ଗିରଫ କରିଛି । ପ୍ରାପ୍ତ ସୂଚନା ଆଧାରରେ ତଦନ୍ତ କରାଯିବା ପରେ କାଇ ରୁଓ ନାମ୍ନୀ ଉକ୍ତ ଚୀନା ମହିଳାଙ୍କୁ ଦିଲ୍ଲୀ ଅନ୍ତର୍ଗତ ମଞ୍ଜୁ କା ତିଲାରୁ ଗିରଫ କରାଯାଇଥିବା କଥା ପୁଲିସ କହିଛି ।

ଅଧିକ ତଦନ୍ତରୁ ଜଣାପଡ଼ିଛି ଯେ, ନେପାଳୀ ବୋଲି ମିଥ୍ୟା ପରିଚୟ ଦେଇ ଉକ୍ତ ଚୀନା ମହିଳା ଭାରତରେ ବାସ କରୁଥିଲେ । ଜଣେ ପୁଲିସ ଅଧିକାରୀ କହିଛନ୍ତି, ସୋମବାର ଦିବା ପ୍ରାୟ ୧ଟା ବେଳେ ଦିଲ୍ଲୀର ମଞ୍ଜୁ କା ତିଲାର ଉକ୍ତ ଚୀନା ମହିଳାଙ୍କୁ ଅଟକ ରଖାଯାଇଥିଲା । ଯାଞ୍ଚ ବେଳେ ତାଙ୍କ ପାଖରୁ ଏକ ନେପାଳୀ ନାଗରିକତ୍ୱ ସାର୍ଟିଫିକେଟ୍‌ ମିଳିଥିଲା ।

ସେଥିରେ ଉଲ୍ଲେଖ ଅଛି ଯେ, ସେ ହେଉଛନ୍ତି ନେପାଳର କାଠମଣ୍ଡୁବାସିନୀ ଦୋଲ୍ମା ଲାମା । ‘ଫରେନ୍‌ ରିଜିଓନାଲ୍‌ ରେଜିଷ୍ଟ୍ରେସନ୍‌ ଅଫିସ୍‌’ (ଏଫ୍‌ଆର୍‌ଆର୍‌ଓ) ସହିତ ଯୋଗାଯୋଗ କରିବା ପରେ ଜଣାପଡ଼ିଲା ଯେ, ଗିରଫ ମହିଳାଜଣକ ଚୀନା ନାଗରିକ ଏବଂ ୨୦୧୯ରେ ସେ ଜଣେ ଚୀନା ବ୍ୟକ୍ତି ଭାବେ ଭାରତକୁ ଆସିଥିଲେ । ‘ଇଣ୍ଡିଆନ୍‌ ପେନାଲ୍‌ କୋଡ୍‌ ଆଣ୍ଡ୍‌ ଫରେନ୍‌ ଆକଫ’ର ଧାରା ୧୨୦ ବି, ୪୧୯, ୪୨୦, ୪୬୭ ଏବଂ ଅନ୍ୟାନ୍ୟ ଧାରା ଅନୁଯାୟୀ ଅକେଫାବର ୧୭ ତାରିଖରେ ତାଙ୍କ ନାମରେ ମାମଲା ରୁଜୁ କରାଯାଇଛି । ୧୪ ଦିନ ଲାଗି ଉକ୍ତ ଚୀନା ମହିଳାଙ୍କୁ ପୁଲିସ ହାଜତକୁ ପଠାଇ ଦିଆଯାଇଛି ।

Govt

Comments are closed.