ଭୁବନେଶ୍ୱର : ସ୍କୁଲ ପିଲାଙ୍କ ପାଇଁ ଗଣଶିକ୍ଷା ବିଭାଗର ଆଉ ଏକ ଉପହାର I ଏଣିକି ସରକାରୀ ବସରେ ମାଗଣାରେ ସ୍କୁଲ ଯିବେ ପିଲା । ସ୍କୁଲ ପରିଚୟପତ୍ର ଦେଖାଇ ଛାତ୍ରଛାତ୍ରୀ ମାନେ ମାଗଣାରେ ସ୍କୁଲ ଯାଇପାରିବେ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି ।ଏହା ସହ ପ୍ରଥମରୁ ଦ୍ୱାଦଶ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ମାଗଣାରେ ପାଠ୍ୟ ପୁସ୍ତକ ଯୋଗାଇ ଦିଆଯିବ ।
ଭାରତୀୟ ଶିକ୍ଷାନୀତି (NEP) ଅନୁଯାୟୀ , ପ୍ରାଥମିକ ଶିକ୍ଷାରେ ବ୍ୟାପକ ପରିବର୍ତ୍ତନ ହେବ । ଏନସିଇଆରଟି ଢାଞ୍ଚାରେ ଏସସିଇଆରଟିକୁ ବିକଶିତ କରିବାକୁ ପଦକ୍ଷେପ ନିଆଯିବ । ଗୁଣାତ୍ମକ ଶିକ୍ଷା ପ୍ରଦାନ ଉପରେ ଅଧିକ ଫୋକସ ଦିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ।
