ଗିରଫ ହେଲେ ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ

ଭୁବନେଶ୍ୱର : ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ଗିରଫ I ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗଂତାୟତଙ୍କୁ ଗିରଫ କରିଛି ଭିଜିଲାନ୍ସ I ଗତକାଲି ପ୍ରଶାନ୍ତ ଗଂତାୟତଙ୍କ ଭୁବନେଶ୍ୱର କାର୍ଯ୍ୟାଳୟ,ଅଫିସ,ଘର ସମେତ ୮ ଟି ଜାଗାରେ ଚଢ଼ାଉ କରିଥିଲା ଭିଜିଲାନ୍ସ I ଭୁବନେଶ୍ୱର ଓ ଗଂଜାମରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ । ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟ ଓ ସରକାରୀ ବାସଭବନ କରାଯାଇଥିଲା ରେଡ୍ । ଭିଜିଲାନ୍ସ ରେଡ୍ ବଳେ ତାଙ୍କର କେଜିଏ ପାଖାପାଖି ସୁନା ସହିତ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଥିଲା । ତାଙ୍କ ଘରୁ ନଗଦ ୧ ଲକ୍ଷ ୨୧ ହଜାର ଟଙ୍କା ଜବତ ହୋଇଥିଲା I ଏହାବାଦ ଭୁବନେଶ୍ବରରେ ୨ଟି ବହୁତଳ କୋଠା ସହିତ ୨ଟି ଫ୍ଲାଟ୍ ଏବଂ ୫ଟି ପ୍ଲଟ୍ ବ୍ୟାଙ୍କ ବାଲାନ୍ସ ଓ କୋଟି କୋଟି ଟଙ୍କାର ଜୀବନ ବୀମା ଥିବା ଜଣାପଡିଥିଲା । ଏହି ସମସ୍ତ ସମ୍ପତି ବିଷୟରେ ଜେରା କରିଥିଲା ଭିଜିଲାନ୍ସ I

Govt

Comments are closed.