ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରି ପାରିଲା ନାହିଁ ମୁଖ୍ୟମନ୍ତ୍ରୀଙ୍କ ବିମାନ

0

ଭୁବନେଶ୍ୱର : ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରି ପାରିଲା ନାହିଁ ମୁଖ୍ୟମନ୍ତ୍ରୀଙ୍କ ବିମାନ । ଖରାପ ପାଗ ଯୋଗୁଁ ଭୁବନେଶ୍ବର ବିମାନବନ୍ଦର ବଦଳରେ କଲକତା ବିମାନ ବନ୍ଦରରେ ଅବତରଣ କରିଛି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଏୟାର ଇଣ୍ଡିଆ ବିମାନ । ଏନେଇ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ଆଜି ସକାଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀରୁ ଭୁବନେଶ୍ବର ଫେରୁଥିଲେ ଏହି ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ପ୍ରବଳ ବର୍ଷ ଯୋଗୁଁ ବିମାନଟି ଆବରଣ କରି ନପାରି କଲକତା ଅଭିମୁଖେ ଯାଇଥିଲା । ସେଠାରୁ ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଅଭିମୁଖେ ଫେରିବେ ବୋଲି ସୂଚନା ମିଳିଛି ।

Govt
Leave A Reply

Your email address will not be published.