ବାଙ୍ଗଲାଦେଶୀ ଅନୁପ୍ରବେଶ କାରୀଙ୍କୁ ଚିହ୍ନଟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ

ଭୁବନେଶ୍ୱର : ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ । ଆଜି ଗୃହରେ ବିଧାୟକ ଭାସ୍କର ମଢ଼େଇଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ସବୁ ଜିଲ୍ଲାପାଳ ଓ ଏସ୍ ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ତହସିଲ ବ୍ଲକ ଓ ଥାନା ସ୍ତରରେ କମିଟି ଗଠନ ପାଇଁ କୁହାଯାଇଛି । ବିଶେଷକରି ଭୁବନେଶ୍ୱର,ପୁରୀ ଓ କେନ୍ଦ୍ରାପଡାରେ ବାଂଲାଦେଶୀ ଚିହ୍ନଟ ପାଇଁ ନିର୍ଦ୍ଦେଶ ରହିଛି ।

ସୂଚନାନୁସାରେ,୨୦୨୧ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ୩୭୪୦ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ବେଆଇନ ଭାବରେ ରହି ଆସୁଛନ୍ତି । ବରଗଡ଼ ଜିଲ୍ଲାରେ ୨ ଜଣ,ଭଦ୍ରକ ଜିଲ୍ଲାରେ ୧୯୯,କେନ୍ଦ୍ରାପଡା ଜିଲ୍ଲାରେ ୧୬୪୯,ଭୁବନେଶ୍ୱରରେ ୧୭ ଜଣ, ଜଗତସିଂପୁର ଜିଲ୍ଲାରେ ୧୧୧୨ ଜଣ,ମାଲକାନଗିରି ଜିଲ୍ଲାରେ ୬୫୫ ଜଣ ଏବଂ ନବରଙ୍ଗପୁର ଜିଲ୍ଲାରେ ୧୦୬ ଜଣ ବିଶ୍ଵାସ କରି ଆସୁଛନ୍ତି ।

ବର୍ତ୍ତମାନ ପଡ଼ୋଶୀ ଦେଶ ବାଂଲାଦେଶ ହିଂସା ଓ ରାଜନୈତିକ ସଙ୍କଟ ଦେଇ ଗତି କରୁଛି। ଅସ୍ତ୍ରଶସ୍ତ୍ର ଧରି ଫେରାର ଥିବା କିଛି ଉଗ୍ରବାଦୀ ସମୁଦ୍ର ପଥ ଦେଇ ଓଡ଼ିଶାରେ ପଶିବାର ସମ୍ଭାବନା ରହିଛି । ଏଣୁ ଓଡ଼ିଶାର ସମୁଦ୍ର ଉପକୂଳବର୍ତ୍ତୀ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି । ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଉପରେ ପୋଲିସ କଡ଼ା ନଜର ରଖିଛି ।

Govt

Comments are closed.