ଭୁବନେଶ୍ୱର : ୧୨୯ ଜଣ କ୍ରୀଡାବିତଙ୍କୁ ଆର୍ଥିକ ପୁରସ୍କାର ଦେଇଛନ୍ତି ରାଜ୍ୟ ସରକାର । ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ ମାଧ୍ୟମରେ ଓଡ଼ିଶା ପାଇଁ ଗୌରବ ଅର୍ଜନ କରିଥିବା ସଫଳ କ୍ରୀଡ଼ାବିତ୍ ମାନଙ୍କୁ ପୁରସ୍କୃତ କରାଯାଇଛି । ୧୫ଟି କ୍ରୀଡ଼ାବର୍ଗର ଏହି କ୍ରୀଡ଼ାବିତମାନଙ୍କୁ ମୋଟ ୧୭ଲକ୍ଷ ୮୩ ହଜାର ୫୦୦ଟଙ୍କାର ପୁରସ୍କାର ରାଶି ଦିଆଯାଇଛି ।
ଖବର ଅନୁସାରେ, ଖୋଖୋ କ୍ରୀଡାବିତଙ୍କୁ ୩ .୭୫ ଲକ୍ଷ, କାରେଟ କ୍ରୀଡାବିତଙ୍କୁ ୩.୫୮ ଲକ୍ଷ, ବିଶୁ କ୍ରୀଡାବିତଙ୍କୁ ୧ .୯୬ ଲକ୍ଷ, ପେଞ୍ଚକ ସିଲେଟ କ୍ରୀଡାବିତଙ୍କୁ ୨.୬୦ ଲକ୍ଷ ଏବଂ ପାରା ଆଥେଲେଟିକକଙ୍କୁ ୧.୧୭ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ସେହିପରି ବେସବଲ୍ ଖେଳାଳୀଙ୍କୁ ୨୪୫୦୦,ଚେସ୍ ଖେଳାଳୀଙ୍କୁ ୫ ହଜାର, ସନ୍ତରଣକାରୀଙ୍କୁ ୩୭ ହଜାର, ତାଇକ୍ବାଣ୍ଡୋଙ୍କୁ ୯୮ ହଜାର, କ୍ରିକେଟ ଖେଳାଳୀଙ୍କୁ ୬୨୫୦୦, ଭାରାତ୍ତୋଳନକାରୀଙ୍କୁ ୪୪ ହଜାର, ପାରା ସନ୍ତରଣକାରୀଙ୍କୁ ୫୩ ହଜାର ଏବଂ ପାରା ବ୍ୟାଡିଂମିଣ୍ଟନ ଖେଳାଳୀଙ୍କୁ ୩୦ ହଜାର ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯାଛି ।

Comments are closed.