ବନ୍ୟାଞ୍ଚଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର : ଆଜି ବାଲେଶ୍ୱର ଗସ୍ତରେ ଯାଇ ବନ୍ୟାଞ୍ଚଳ ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତାଙ୍କ ସହିତ ରାଜସ୍ବ ଏବଂ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଯିବାର କାର୍ଯ୍ୟକ୍ରମ ରହିଛି । ବାଲେଶ୍ୱର ତାଳସାରି ଓଟିଡିସି ରେ ସ୍ଥାନୀୟ ପ୍ରଶାସନ ସହ କରିବେ ସମୀକ୍ଷା ବୈଠକ । ଏହାପରେ ବାଲିଆପାଳ ଏବଂ ଭୋଗରାଇ ଯାଇ ସ୍ଥିତି ପରଖିବେ । ବର୍ତ୍ତମାନ ସୁଦ୍ଧା ତଳିଆ ଅଂଚଳର ଲୋକେ ପାଣି ଘେରରେ ରହିଛନ୍ତି । ଖରିଫ ଫସଲ ସମ୍ପୂର୍ଣ୍ଣ ଉଜୁଡି ଯାଇଛି । ଚାଷ ବାସ ହରାଇ ସାଧାରଣ ଲୋକେ ପ୍ରଭାବିତ ହୋଇଛନ୍ତି । କଣ କଣ କ୍ଷତିରେ ହୋଇଛି ଏବଂ ଏହାକୁ କିପରି ଭାବରେ ଭରଣା କରାଯାଇ ପାରିବ ସେ ନେଇ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବ ।

Leave A Reply

Your email address will not be published.