ଭୁବନେଶ୍ୱର : ଡାଇରିଆ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଲୋକସେବା ଭବନରେ ଆଜି ଅପରାହ୍ନରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଯେଉଁଥିରେ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତି ରହିବେ ।
ମୁଖ୍ୟ ଶାସନ ସଚିବ, ଗୃହ ଓ ନଗର ଉନ୍ନୟନ ସଚିବ, ମହିଳା ଓ ଶିଶୁ ବିକାଶ ସଚିବ, ପଞ୍ଚାୟତିରାଜ ଓ ପାନୀୟ ଜଳ ସଚିବ ଏବଂ ଗଣଶିକ୍ଷା ବିଭାଗର ସଚିବଙ୍କ ସହ ଅନ୍ୟ ବିଭାଗର ବରିଷ୍ଠ ଅଧିକାରୀ ବୈଠକରେ ହେବେ ସାମିଲ । ଝାଡ଼ାବାନ୍ତି ସ୍ଥିତି ସମ୍ପର୍କରେ ଆଲୋଚନା ହେବା ସହ କେମିତି ଡାଇରିଆ ସ୍ଥିତିର ମୁକାବିଲା ହେବ ସେନେଇ ହୋଇପାରେ ବଡ଼ ନିଷ୍ପତ୍ତି ।
ରାଜ୍ୟରେ ଝାଡ଼ାବାନ୍ତିରେ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ସାମ୍ନାକୁ ଆସୁଥିବା ବେଳେ ୧୧ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ପାଣିରୁ ଡାଇରିଆ ବ୍ୟାପୁଥିବା ଏକପ୍ରକାର ସ୍ପଷ୍ଟ ହୋଇଥିବାବେଳେ କେନ୍ଦ୍ରୀୟ ଟିମ୍ ସହ ରାଜ୍ୟ ଟିମ୍ ଜିଲ୍ଲା ଗୁଡ଼ିକରେ ଡେରା ପକାଇଛନ୍ତି ।

Comments are closed.