ପାଟନା : ମେ ୨୪: ଆସନ୍ତା ମାସରେ ରାଜ୍ୟସଭା ଓ ଜୁଲାଇ ମାସରେବିହାରରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ଏହାରି ମଧ୍ୟରେ ରାଜ୍ୟ ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖାଯାଇପାରେ ବୋଲି ସୂଚନା ମିଳିଛି ।
ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଖୁବ୍ ଶିଘ୍ର ବିଜେପି ଛାଡ଼ି ପୁଣି ଲାଲୁ ଯାଦବଙ୍କ ଆରଜେଡି ଦଳ ସହ ମେଣ୍ଟ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଆସନ୍ତା ମାସରେ ରାଜ୍ୟସଭା ନିର୍ବାଚନ ହେବାକୁ ଥିଲା ବେଳେ ଏହି ଖବରରେ ବିଜେପିର ଚିନ୍ତା ବଢ଼ାଇଛି ।
ଅନ୍ୟପକ୍ଷରେ, ନୀତିଶ କୁମାର ଜେଡିୟୁ ବିଧାୟକମାନଙ୍କୁ ଆସନ୍ତା ୭୨ ଘଣ୍ଟା ପର୍ଯ୍ୟନ୍ତ ରାଜଧାନୀ ପାଟନା ନଛାଡ଼ିବା ଲାଗି ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । ଏହାସହିତ ମୁଖ୍ୟମନ୍ତ୍ରୀ ଗତକିଛି ଦିନ ଧରି ଦଳୀୟ ନେତା ଏବଂ ବିଧାୟକଙ୍କ ସହ ଲଗାତାର ବୈଠକ କରୁଛନ୍ତି ।
ଗତକାଲି ସେ ମନ୍ତ୍ରୀ, ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କୁ ଭେଟିଛନ୍ତି । ତେବେ ବେଠକରେ କଣ ଆଲୋଚନା ହେଉଛି, ତାହାକୁ ଗୁପ୍ତ ରଖାଯାଇଛି ।
Comments are closed.