ଭୁବନେଶ୍ୱର : ଆଜି ବିହାର ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶୁକ୍ରବାର ନୂଆପଡ଼ାରୁ ବିହାର ଅଭିମୁଖେ ଯାତ୍ରା କରି ବାଙ୍କା ଠାରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ସେଠାରେ ନିର୍ବାଚନ ପ୍ରଚାର କରି ସେହିଦିନ ଓଡ଼ିଶା ଫେରିବା କାର୍ଯ୍ୟକ୍ରମ ରହିଛି । ବାଙ୍କା ଜିଲ୍ଲା ଆଦିବାସୀ ପ୍ରବଣ ଜିଲ୍ଲା, ସେଠି ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ।
