କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ସ୍ବାସ୍ଥ୍ୟ ବୀମା ପୋର୍ଟାଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ସ୍ବାସ୍ଥ୍ୟ ବୀମା ପୋର୍ଟାଲକୁ ଆଜି ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାକୁ ଭିସି ଜରିଆରେ ଲୋକାର୍ପଣ କରି ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ I ୫ଟି ନୀତି ଉପରେ ଗୁରୁତ୍ୱ ଦେଇ ପୋର୍ଟାଲ ପ୍ରସ୍ତୁତ ହୋଇଛି। ଏହାଦ୍ବାରା ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ କାମ କରୁଥିବା ଓଡ଼ିଆ ସାମ୍ବାଦିକମାନେ ଅନଲାଇନରେ ବୀମା ଓ ଅନ୍ୟ ସୁବିଧା ପାଇପାରିବେ। ସାମ୍ବାଦିକମାନଙ୍କୁ ଏଣିକି ସ୍ବାସ୍ଥ୍ୟ ବୀମା ହେଉ କି ଅନ୍ୟାନ୍ୟ ସହାୟତା ପାଇଁ ଆଉ ଜିଲ୍ଲା କିମ୍ବା ରାଜ୍ୟ ମୁଖ୍ୟାଳୟକୁ ଆସିବାକୁ ପଡ଼ିବନାହିଁ ।
ଭିସି ଜରିଆରେ ପୋର୍ଟାଲର ଲୋକାର୍ପଣ କରି ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ।

ରାଜ୍ୟ ସରକାର ଗୋପବନ୍ଧୁ କର୍ମୀଜୀବୀ ସମ୍ବାଦିକ ସ୍ବାସ୍ଥ୍ୟବୀମା ଯୋଜନା କରିଛନ୍ତି । ଚିକିତ୍ସା ପାଇଁ ସାମ୍ବାଦିକ ଓ ତାଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଦିଆଯାଉଛି । ମୃତ୍ୟୁ ହେଲେ ୪ଲକ୍ଷ ସହାୟତା ରାଶି ଯୋଗାଇ ଦିଆଯାଉଛି। ସାମ୍ବାଦିକତା ଏକ ବୃତ୍ତି ନୁହେଁ ଏକ ମିଶନ। ସାମ୍ୱାଦିକମାନେ ସଚେତନ ସମାଜ ଗଠନ ପାଇଁ କାମ ଜାରି ରଖନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସାମ୍ୱାଦିକଙ୍କୁ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଆଜିର ଏହି ଲୋକାର୍ପଣ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ବିଭାଗୀୟ ସଚିବ ସଞ୍ଜୟ କୁମାର ସିଂହ ଓ ଉତ୍କଳ ପ୍ରସଙ୍ଗ ତଥା ଓଡ଼ିଶା ରିଭ୍ୟୁର ସଂପାଦିକା କସ୍ତୁରୀ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କେତେକ ସାମ୍ବାଦିକ ମଧ୍ୟ ଉପସ୍ଥିତ ଥିଲେ।

Launching Ceremony of “AYUSHMAN BHARAT

Comments are closed.