ଭୁବନେଶ୍ୱର : ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଭୁବନେଶ୍ୱରରେ ପାଳିତ ହୋଇଛି ଛଠ ପୂଜା । ଗତକାଲି ସନ୍ଧ୍ୟାରେ କୁଆଖାଇ ନଦୀକୂଳରେ ଆୟୋଜିତ ଛଠ୍ପୂଜାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ଉଦୟମାନ ସୂର୍ଯ୍ୟଙ୍କୁ ପ୍ରାର୍ଥନା କରିଥିଲେ । ସେ ଏହି ପର୍ବରେ ଯୋଗ ଦେବା ସହିତ ଶ୍ରଦ୍ଧାଳୁମାନଙ୍କର ମନରେ ଉତ୍ସାହ ଆଣିଥିଲେ। ଏହା ସୂର୍ଯ୍ୟଦେଵ ଓ ଛଟୀ ମୈୟାଙ୍କୁ ପୂଜା କରିବାର ଏକ ଅବସର। ମା’ମାନେ ଏହି ବ୍ରତ ପାଳନ କରି ପରିବାର ସୁସ୍ଥତା, ସୁଖ, ସମୃଦ୍ଧି ଓ ପରିବେଶର ସୁରକ୍ଷା କାମନା କରନ୍ତି।
କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଛଠ ପର୍ବ ଆମକୁ ଶିଖାଏ ଯେ, ଜୀବନର ସତ୍ୟ ଆଧାର ହେଉଛି ପ୍ରକୃତି, ଜଳ, ବାୟୁ ଓ ସୂର୍ଯ୍ୟର ଶକ୍ତି । ଏହି ପର୍ବ ମାଧ୍ୟମରେ ଆମେ ପ୍ରକୃତି ଓ ପରିବେଶ ପ୍ରତି ଆପଣଙ୍କ ଋଣସ୍ୱୀକାର ବ୍ୟକ୍ତ କରୁଛୁ । ଏଣୁ ଆମେ ପ୍ରକୃତି ସହିତ ପ୍ରେରଣା ପାଉ ।
ଛଠ ପର୍ବର ସବୁଠୁ ବଡ଼ ବିଶେଷତା ହେଉଛି, ଏହି ପର୍ବରେ କୌଣସି ଦେଖାଣିଆ କିମ୍ବା ଆଡମ୍ବର ନଥାଏ କେବଳ ନିଷ୍ଠା ଓ ଆତ୍ମିକ ଶ୍ରଦ୍ଧା ରହେ । ଏହି ପର୍ବ ସ୍ୱଚ୍ଛତା, ଶୃଙ୍ଖଳାର ଏକ ଅଦ୍ଭୁତ ଉଦାହରଣ ଏବଂ ଏହି ପର୍ବର ଆତ୍ମା । କହିବାକୁ ଗଲେ, ଛଠ୍ ପୂଜାର ପରମ୍ପରା ଉତ୍ତର ଭାରତୀୟ ରାଜ୍ୟ-ବିହାର, ଝାରଖଣ୍ଡ, ଉତ୍ତର ପ୍ରଦେଶ ରାଜ୍ୟ ମାନଙ୍କରେ ପାଳନ କରାଯାଏ । ମୁଁ ଏହା ଦେଖି ଅତ୍ୟନ୍ତ ଆନନ୍ଦିତ ଯେ ଏବେ ଓଡ଼ିଶାରେ ମଧ୍ୟ ଛଠ୍ ପୂଜାର ଉତ୍ସବ ବିଶେଷ ଉଲ୍ଲାସ ଓ ଭକ୍ତିଭାବର ସହିତ ପାଳନ ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଗତ ୪ଦିନ ଧରି ଏହି ବ୍ରତ ଆରମ୍ଭ ହୋଇଛି। ଗତକାଲି ଥିଲା ଏହାର ଅନ୍ତିମ ଦିନ। ସନ୍ଧ୍ୟାରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରି ଶ୍ରଦ୍ଧାଳୁମାନେ ଏହି ବ୍ରତ ସମାପନ କରିଛନ୍ତି।
