ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଡାକିଲେ ଜରୁରୀକାଳୀନ ବୈଠକ । ଆଜି ଅପରାହ୍ନ ୩ ଟାରେ ଲୋକସେବା ଭବନରେ ବୈଠକ ଅନୁଷ୍ଠିତ ଅହେବ । ରାଜ୍ୟରେ ବଢୁଥିବା ଅପରାଧକୁ ନେଇ ମୁଖ୍ୟଶାସନ ସଚିବଙ୍କ ଉପସ୍ଥତିତିରେ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବର୍ଷକର ତଥ୍ୟ ଧରି ବୈଠକରେ ଉପସ୍ଥିତ ରହିବାକୁ ପୋଲିସ ଡ଼ିଜିଙ୍କୁ ନିର୍ଦେଶ ଦିଆଯାଇଛି । କ୍ରାଇମବ୍ରାଞ୍ଚ ଏବଂ ଗୁଇନ୍ଦା ଡିଜି ଦେବେ ସ୍ୱତନ୍ତ୍ର ରିପୋର୍ଟ। ଦିନକୁ ଦିନ ଅପରାଧର ମାମଲା ବଢ଼ି ବଢ଼ି ଯାଉଛି। ଏହାକୁ କିପରି ରୋକାଯାଇପାରିବ ସେନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହ କ୍ରାଇମବ୍ରାଞ୍ଚ, ଗୁଇନ୍ଦା ଡିଜିଙ୍କ ଅନ୍ୟାନ୍ୟ ଉଚ୍ଚ ପଦସ୍ଥ ଅଧିକାରୀ ମଧ୍ୟ ଯୋଗଦେବେ ।
ସୂଚନା ଅନୁଯାୟୀ, ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ହିଂସା, ଚୋରୀ, ଡକାୟତି, ମହିଳାଙ୍କ ବିରୁଦ୍ଧରେ ଅପରାଧ ଏବଂ ଅନ୍ୟାନ୍ୟ ଗୁରୁତର ଅପରାଧର ଘଟଣା ବୃଦ୍ଧି ପାଇଛି, ଯାହା ସାଧାରଣ ଜନତାଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଏହି ବୈଠକ ଡାକି ଅପରାଧ ନିୟନ୍ତ୍ରଣ ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି।

Comments are closed.