ସମୟ ଲାଇଭ,୧୦/୧୧: ହାଡ଼ଫୁଟି ବା ଚିକେନ୍ ପକ୍ସ ଏମିତି ଏକ ରୋଗ ଯାହାକି ଶରୀରରେ ହେବା ମାତ୍ରକେ ଦାଗ ରହିଯାଏ। ଯାହାକି ଅଧିକାଂଶ କ୍ଷେତ୍ରରେ ଛାଡ଼ିଯାଏ, ମାତ୍ର ବେଳେ ବେଳେ କିଛି ଲୋକଙ୍କ ଦେହରୁ ଦୀର୍ଘ ଦିନ ଧରି ଯାଏନାହିଁ। ଏହି କାରଣରୁ ଦାଗକୁ ଦୂର କରିବା ପାଇଁ ରୋଗୀ ବିଭିନ୍ନ ଉପାୟ ଆପଣେଇଥାନ୍ତି। ଏବଂ କସମେଟିକ୍ସ କ୍ରିମ ଆଦିର ବ୍ୟବହାର କରିଥାଏ ଯାହାକି ଅଧିକାଂଶ ସମୟରେ ସାଇଡ୍ ଇଫେକ୍ଟ ଦେଖାଯାଏ। ତେବେ ଆପଣ ଏହି ହାଡ଼ଫୁଟି ଦାଗକୁ ଦୂର କରିବା ପାଇଁ କିଛି ଘରୋଇ ଊପଚାର ଆପଣେଇ ପାରିବେ।
୧- ଲେମ୍ବୁ ରସ- ଏଥିରେ ଭିଟାମିନ- ସି ଥାଏ। ଯାହାକୁ ଦାଗ ଉପରେ ଲଗାଇ ୧୦ ମିନିଟ ଛାଡି ଦେବେ। ଏହାପରେ ଅଳ୍ପ ଊସୁମ ପାଣିରେ ସେହି ଦାଗକୁ ଧୋଇଦେବେ ଫଳରେ ଅଳ୍ପ ଦିନରେ ଦାଗ ଦୂର ହୋଇଯିବ।
୨- ମହୁ- ମହୁରେ ଆଣ୍ଟି ଅକ୍ସିଡେଣ୍ଟ ରହିଥାଏ। ଯାହା ଦାଗ ଦୂର କରିବ ସହ ତ୍ୱଚାରେ ଉଜ୍ଜ୍ୱଳତା ଆସିଥାଏ। ଏଣୁ ମହୁକୁ ହୋଇଥିବା ଦାଗରେ ଲଗାଇ ୫ମିନିଟ ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।
୩- ପଇଡ ପାଣି- ପଇଡ଼ ପାଣିକୁ ହାଡ଼ଫୁଟି କାରଣରୁ ହୋଇଥିବା ଦାଗ ଉପରେ ଲଗାଇବା ଦ୍ୱାରା ଦାଗ ଦୂର ହୋଇଥାଏ। ଏହାକୁ ପିଇବା ଦ୍ୱାରା ମଧ୍ୟ ଦାଗ ସମସ୍ୟା ଦୂର ହୋଇଥାଏ।
୪- ଭିଟାମିନ୍ ଇ- ଯୁକ୍ତ ତେଲ- ଭିଟାମିନ୍ ଇ- ଯୁକ୍ତ ତେଲ ରେ ଆଣ୍ଟି ଅକ୍ସିଡେଣ୍ଟ ରହିଥାଏ ଏହାକୁ ନିୟମିତ ଲଗାଇବା ଫଳରେ ଦାଗ ଦୂର ହୋଇଥାଏ।

Comments are closed.