ସାମଗ୍ରୀ – ୬ଟି ସିଝା ଅଣ୍ଡା, ୨ଟି ବଡ ପିଆଜ କଟା, ଏକ କପ୍ ଟମାଟୋ ରସ,୨ ଚାମଚ ଫ୍ରେସ କ୍ରିମ୍, ୨ ଚାମଚ ଗ୍ରେଟ୍ ଚିଜ୍, ଦେଢ ଚାମଚ ହଳଦୀ, ଏକ ଚାମଚ ଲଙ୍କା ଗୁଣ୍ଡ, ଏକ ଚାମଚ ଗରମ ମସଲା, ୨ଟି କଞ୍ଚା ଲଙ୍କା, ଏକ ଚାମଚ ଅଦା ରସୁଣପେଷ୍ଟ ।
ପ୍ରଣାଳୀ – ପ୍ରଥମେ ପ୍ୟାନ୍ରେ ତେଲ ଗରମ କରନ୍ତୁ ଏଥିରେ ରସୁଣ, କଞ୍ଚାଲଙ୍କା ପକାଇ ଭାଜନ୍ତୁ । ଏହାପରେ ଏଥିରେ ପିଆଜ ପକାଇ ଭାଜନ୍ତୁ । ପିଆଜର ରଙ୍ଗ ବଦଳିବା ପରେ ଏଥିରେ ଟମାଟୋ ରସ ପକାଇ କିଛି ସମୟ ପାଇଁ ଭାଜନ୍ତୁ । ପରେ ଏଥିରେ ସମସ୍ତ ଗୁଣ୍ଡ ମସଲା ପକାଇ ୩ରୁ ୪ମିନିଟ୍ କଷନ୍ତୁ । ଏହାପରେ କମ ଆଞ୍ଚରେ କ୍ରିମ୍ ଓ ଚିଜ୍ ପକାନ୍ତୁ । କିଛି ସମୟ ପାଇଁ ଫୁଟିବାକୁ ଦିଅନ୍ତୁ । ଏହାପରେ ଏଥିରେ ଭଜା ଅଣ୍ଡା ପକାଇ ଗୋଳାନ୍ତୁ । କିଛି ସମୟ ପରେ ଧନିଆ ପତ୍ର ପକାଇ ପ୍ରସ୍ତୁତ କରନ୍ତୁ ଚିଜି ଏଗ୍ ମସଲା ।
Comments are closed.