ନୂଆବର୍ଷରେ ବଦଳାନ୍ତୁ ଅଭ୍ୟାସ

କରୋନା ମହାମାରୀ ଯୋଗୁଁ ପରିବର୍ତ୍ତିତ ଜୀବନଶୈଳୀରେ କିଛିଟା ପରିବର୍ତ୍ତନର ଆବଶ୍ୟକତା ରହିଛି । ଯଦି ଆପଣ ସୁସ୍ଥ ଏବଂ ନିରାମୟ ଜୀବନ ଆଗକୁ ବଢ଼ିବାକୁ ଚାହୁଁଛନ୍ତି, ତାହେଲେ କିଛି ଅଭ୍ୟାସରେ ସୁଧାର ଆଣନ୍ତୁ ।

ଝାଳ ବୁହାଇବା ଆରମ୍ଭ କରନ୍ତୁ
ନୂଆବର୍ଷରେ ବଦଳାନ୍ତୁ ଅଭ୍ୟାସ
କରୋନାରେ ଲୋକମାନେ ଅଳସୁଆ ହୋଇଯାଇଥିବା କହିଲେ କିଛି ଭୁଲ ହେବ ନାହିଁ । ହେଲେ ଏବେ ୨୦୨୨ରେ ଏଥିରେ ପରିବର୍ତ୍ତନ ଆଣିବାର ସମୟ ଆସିଯାଇଛି । ବ୍ୟସ୍ତବହୁଳ ଜୀବନରେ କିଛି ସମୟ ବ୍ୟାୟାମ ପାଇଁ ବାହାର କରନ୍ତୁ । ଏଥିରେ ଆପଣ ନିଜ ଓଜନକୁ ବଜାୟ ରଖିପାରିବା ସହ ମାନସିକ ଚାପରୁ ଦୂରେଇ ରହିବେ ।

ପର୍ଯାପ୍ତ ଶୁଅନ୍ତୁ
ନୂଆବର୍ଷରେ ବଦଳାନ୍ତୁ ଅଭ୍ୟାସ
ଜୀବନରେ କେବଳ କାମ କିମ୍ବା ବ୍ୟାୟାମ ଜରୁରୀ ନୁହେଁ, ବରଂ ଶରୀରକୁ ଆରାମ ମଧ୍ୟ ଦରକାର । ତେଣୁ ନୂଆ ବର୍ଷର ପ୍ରଥମ ଦିନରୁ ହିଁ ସଠିକ ସମୟ ଏବଂ ପର୍ଯ୍ୟାପ୍ତ ଶୋଇବାର ଅଭ୍ୟାସ କରନ୍ତୁ । ଅତିକମରେ ୮ ଘଣ୍ଟା ଶୋଇବାକୁ ଚେଷ୍ଟା କରନ୍ତୁ ।

ସ୍କ୍ରିନ ଟାଇମ ଉପରେ ରଖନ୍ତୁ ଧ୍ୟାନ
ନୂଆବର୍ଷରେ ବଦଳାନ୍ତୁ ଅଭ୍ୟାସ

ୱାର୍କ ଫ୍ରମ୍‌ ହୋମ୍‌ ଏବଂ ଅନଲାଇନ କ୍ଲାସ ଯୋଗୁଁ ଲୋକଙ୍କ ସ୍କ୍ରିନ ଟାଇମ ବଢ଼ିବାରେ ଲାଗିଛି । ଏହାଯୋଗୁଁ ଆଖି ସହ ମସ୍ତିଷ୍କ ଉପରେ ପ୍ରଭାବ ପଡ଼ିଥାଏ । ତେଣୁ େ‘ଷ୍ଟା କରନ୍ତୁ ଏହି ସ୍କ୍ରିନ ଟାଇମକୁ କମ୍‌ କରନ୍ତୁ ଏବଂ ନିଜକୁ ଏଣ୍ଟରଟେନ କରିବାର ଅନ୍ୟ ଉପାୟ ଖୋଜନ୍ତୁ ।

ଜଳ ହିଁ ସୁସ୍ଥ ଶରୀରର ରହସ୍ୟ
ନୂଆବର୍ଷରେ ବଦଳାନ୍ତୁ ଅଭ୍ୟାସ
ଯଦି ଆପଣ ସଠିକ୍‌ ସମୟ ଏବଂ ସଠିକ୍‌ ମାତ୍ରାର ପାଣି ପିଉନାହାନ୍ତି, ତାହେଲେ ବୁଝିଯାନ୍ତି କି ଆପଣ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ଯାଉଛନ୍ତି । ତେଣୁ ଶୀତ ହେଉ କି ଖରା ପାଣି ପିଇବାର ଅଭ୍ୟାସ କରନ୍ତୁ ।

Comments are closed.