୨୦୨୦ ରେ ମଙ୍ଗଳଗ୍ରହରେ ସୂକ୍ଷ୍ମ ଅବତରଣ କରିବ ଚନ୍ଦ୍ରାୟନ-୩ : ଇଶ୍ରୋ

ସମୟ ଲାଇଭ,୧୫/୧୧:ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇଶ୍ରୋ) ଚନ୍ଦ୍ରାୟନ-୨ ର ସଫଳ ଉତକ୍ଷେପଣ କରିବାର ମାତ୍ର କେତେ ମୁହୂର୍ତ୍ତ ପୂର୍ବରୁ ଚନ୍ଦ୍ରଯାନ ସହିତ ସମ୍ପର୍କ ଛିନ୍ନ ହୋଇଯାଇଥିଲା। ତେଣୁ ପୁନର୍ବାର କିପରି ଚନ୍ଦ୍ରରେ ସଫଳ ଅବତରଣ କରାଯାଇପାରିବ ସେଥିପାଇଁ ଈଶ୍ରୋ ଏବେ ତତ୍ପର ହୋଇ କାର୍ଯ୍ୟ କରୁଛି। ୨୦୨୦ରେ ନଭେମ୍ବର ସୁଦ୍ଧାମଙ୍ଗଳରେ ଚନ୍ଦ୍ରଯାନର ସଫଳ ଅବତରଣ କରିବା ଲକ୍ଷରେ ଇଶ୍ରୋ। ଏନେଇ ଇସ୍ରୋ କିଛି କମିଟି ଗଠନ କରିଛି। ଗତ ଅକ୍ଟୋବରଠାରୁ ଏ ବାବଦରେ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ୪ଟି ଉଚ୍ଚସ୍ତରୀୟ ବୈଠକ ହୋଇଛି। ଏଥର ମଙ୍ଗଳ ମିସନରେ ଇଶ୍ରୋ ସମ୍ପୁର୍ଣ୍ଣଭାବେ ଭିନ୍ନ ଧରଣର ରୋଭର ଓ ମେସିନ ନିର୍ମାଣ କରିବ ବୋଲି ଜଣାପଡିଛି। ନୂଆ ମିସନ୍‌ରେ କେବଳ ଲ୍ୟାଣ୍ଡର୍‌ ଏବଂ ରୋଭର୍‌ ରହିବ। ଇସ୍ରୋ ସମ୍ପୂର୍ଣ୍ଣ ଭାବେ ନୂଆ ଲ୍ୟାଣ୍ଡର୍‌ ଏବଂ ରୋଭର୍‌ ନିର୍ମାଣ କରିବ। ଏହି ମିସନ୍‌ରେ ରୋଭର୍‌ ଏବଂ ଲ୍ୟାଣ୍ଡର୍‌ ଉପରେ ଅଧିକ ଗୁରୁତ୍ୱ ଦିଆ‌ଯିବ।

Launching Ceremony of “AYUSHMAN BHARAT

Comments are closed.