ଚଣାଡାଲି ବିରିୟାନୀ

ସାମଗ୍ରୀ – ଏକ ଚାମଚ ଘିଅ, ତେଜପତ୍ର, ଏକ ଚାମଚ ଜୀରା, ୩ଟି ଗୁଜୁରାତି,୩ଟି ଲବଙ୍ଗ, ଖଣ୍ଡେ ଡାଲଚିନି, ଜାବିତ୍ରୀ, ୩ଟି କଞ୍ଚାଲଙ୍କା, ଅଳ୍ପ ପରିମାଣ ପୋଦିନା ପତ୍ର, ଧନିଆ ପତ୍ର, ହଳଦୀ ଗୁଣ୍ଡ, ଅଧା ଚାମଚ ଗରମ ମସଲା, ଏକ କପ ବାସୁମତି ଚାଉଳ, ଅଧା କପ ଚଣାଡାଲି, ଅଢେଇ କପ ପାଣି ।

ପ୍ରଣାଳୀ- ପ୍ରଥମେ ଡାଲିକୁ ଧୋଇ ୪୫ ମିନିଟ୍‌ ପାଇଁ ବତୁରାଇ ନିଅନ୍ତୁ । ସେହିଭଳି ଚାଉଳକୁ ମଧ୍ୟ ଧୋଇ ୧୫ରୁ ୨୦ ମିନିଟ୍‌ ଭିଜାଇ ରଖନ୍ତୁ । ଏହାପରେ ଏକ ପ୍ରେସର କୁକରରେ ଘିଅ ଗରମ କରନ୍ତୁ । ଏଥିରେ ସମସ୍ତ ଗୋଟା ମସଲା ପକାଇ ଅଳ୍ପ ସମୟ ପାଇଁ ଭାଜନ୍ତୁ । ପରେ ଏଥିରେ କଞ୍ଚା ଲଙ୍କା, ଧନିଆ ପତ୍ର ଓ ପୋଦିନା ପତ୍ର ପକାନ୍ତୁ । ଅଳ୍ପ ସମୟ ପରେ ଏଥିରେ ହଳଦୀ, ଗରମ ମସଲା ଓ ଲୁଣ ପକାଇ ଭାଜନ୍ତୁ । ଏହାପରେ ଏଥିରେ ଚାଉଳ, ଡାଲି ଓ ଅଢେଇ କପ ପାଣି ଦେଇ ସିଟି ଦେଇ ଦିଅନ୍ତୁ । ଗୋଟିଏ ସିଟି ପରେ ପ୍ରସ୍ତୁତ ହୋଇଯିବ ଚଣାଡାଲି ବିରିୟାନୀ । ଏହାକୁ ରାଇତା ସହ ଗରମ ଗରମ ପରଷନ୍ତୁ ।

Launching Ceremony of “AYUSHMAN BHARAT

Comments are closed.